ଆଇଏମ୍‌ଏସ୍‌ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ବର,: ସ୍ଥାନୀୟ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ପରିସରରେ ଆଜି ଅନୁଷ୍ଠାନର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି କୃତୀ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଭଲ ମଣିଷଟିଏ ହେବା ପାଇଁ ଆହ୍ୱାନ ଦେଇଥିଲେ। ଜଣେ ଭଲ ମଣିଷ ହିଁ ଦେଶର ଓ ଜାତିର କଲ୍ୟାଣ ନିମନ୍ତେ ସେ ସଠିକ୍ ପଦକ୍ଷେପ ନେଇପାରିବ ବୋଲି ସେ କହିଥିଲେ।‘ସମ୍ବାଦ’ର ସଂପାଦକ (ସଂପାଦକୀୟ ପୃଷ୍ଠା) ରଣଜିତ ଗୁରୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ଉପଦେଶ ଦେଇଥିଲେ। ସମାଜସେବା, ସାମ୍ବାଦିକତା ଓ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ଆହ୍ୱାନ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଏଥିରେ ସଫଳ ପାଇବା ପାଇଁ ଉଚିତ ଶିକ୍ଷା ସହିତ ସଠିକ୍ ଦକ୍ଷତା ରଖିବା ଆବଶ୍ୟକ ବୋଲି ସେ କହିଥିଲେ।

ସିୱାଇଏସ୍‌ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୧୯ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର୍‌ ଉପେନ୍ଦ୍ର ପାଢ଼ୀ ଓ ସମାଜସେବା ବିଭାଗର ମୁଖ୍ୟ ଡ. ଗାୟତ୍ରୀ ପଟ୍ଟନାୟକ ନିଜର ମତାମତ ଅଭିଭାଷଣ ରଖିଥିଲେ। ଏଥିରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର