ଡିଏଭି ୟୁନିଟ-୮ର ବାର୍ଷିକୋତ୍ସବ ‘କିରୱାନୀ’

ଭୁବନେଶ୍ବର : ୟୁନିଟ୍‌-୮ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ୪୭ତମ ବାର୍ଷିକୋତ୍ସବ ‘କିରୱାନୀ’ ଆଜି ଉଦ୍‌ଘାଟିତ ହୋଇଯାଇଛି। ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଦନ ମୋହନ ପଣ୍ଡା, ଡିଏଭି ଓଡ଼ିଶା ଜୋନ୍‌-୧ ଆଞ୍ଚଳିକ ଅଧିକାରୀ କେଶବ ଚନ୍ଦ୍ର ଶତପଥୀ, ମେଜର ବି କେ ମହାପାତ୍ର, ବିଦ୍ୟାଳୟର ମ୍ୟାନେଜର ଡି ଏନ୍‌ ମିଶ୍ର ଓ ପୂର୍ବତନ ଅଧ୍ୟକ୍ଷା ଭାଗ୍ୟବତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଇପ୍‌ସିତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଛି। ଉତ୍ସବରେ ବିଜ୍ଞାନଭିତ୍ତିକ ପତ୍ରିକା ‘ଟେକ୍‌ ଗ୍ରୁଭ୍‌ସ’ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର