ଆସାନି ଏକାଡେମିର ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ୱର : ଆସାନି ଏକାଡେମିର ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ସିୱାଇଏସ୍‌ଡି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଇମେଜ୍‌ର ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ବିଦ୍ୟାଧର ମହାରଣା, ଓଡ଼ିଶୀ ନୃତ୍ୟଶିଳ୍ପୀ ଶାସ୍ବତ ଯୋଶୀ, ନିଉଜ୍‌ ୱାର୍ଲ୍ଡ ନିର୍ଦ୍ଦେଶକ ଲୋପାମୁଦ୍ରା ନାୟକ, ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଛନ୍ତି। ଆସାନି ଏକାଡେମି ପରିଚାଳନା ନିର୍ଦ୍ଦେଶକ ରବୀନ୍ଦ୍ର ଗୌଡ଼ ପରିଚାଳନା କରିଥିବା ବେଳେ ନିର୍ଦ୍ଦେଶିକା ଗୀତାଞ୍ଜଳି ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ୧୬ ତାରିଖ ଦିନ ଆୟୋଜିତ ଆବାକସ୍‌, ଭେଦିକ୍‌ ଗଣିତ, ଚିତ୍ରାଙ୍କନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାର ୮୦୦ ଆସାନି ଏକାଡେମି ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର