ଡିଏଭି ୟୁନିଟ୍‍-୮ରେ ବାର୍ଷିକ ଉତ୍ସବ‘କିରୱାନି’

ଭୁବନେଶ୍ୱର : ଡିଏଭି ପବ୍ଲିକ୍ ସ୍କୁଲ୍ ୟୁନିଟ୍-୮ର ୪୭ତମ ବାର୍ଷିକ ଉତ୍ସବ ‘କିରୱାନି’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ କହିଲେ, ଶିଶୁର ସାମଗ୍ରୀକ ବିକାଶ କ୍ଷେତ୍ରରେ ଅଭିଭାବକ ଓ ଶିକ୍ଷକମାନଙ୍କର ସମନ୍ୱୟ ରହିବା ନିତାନ୍ତ ଆବଶ୍ୟକ। କଠିନ ପରିଶ୍ରମ ଓ ଅଧ୍ୟବସାୟର କୌଣସି ବିକଳ୍ପ ନାହିଁ। ତେଣୁ ଏହାକୁ ପାଥେୟ କରି ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହିତ ଦେଶ ଓ ଜାତିର ସୁନାମ ଆଣି ପାରିବେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମଦନ ମୋହନ ପଣ୍ଡା, ଡିଏଭି ଓଡ଼ିଶା ଜୋନ୍‍-୧ ଆଞ୍ଚଳିକ ଅଧିକାରୀ କେଶବ ଚନ୍ଦ୍ର ଶତପଥୀ, ମେଜର ଜେନେରାଲ୍‍ ବି.କେ ମହାପାତ୍ର, ବିଦ୍ୟାଳୟର ମ୍ୟାନେଜର ଡି.ଏନ୍‍ ମିଶ୍ର, ପୂର୍ବତନ ଅଧ୍ୟକ୍ଷା ଭାଗ୍ୟବତୀ ନାୟକ, ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ଅଧ୍ୟକ୍ଷା, ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅଧ୍ୟକ୍ଷା ଈପ୍‍ସିତା ଦାସ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପରିବେଷିତ ଅଶୋକଙ୍କ କାହାଣୀ ସମସ୍ତଙ୍କୁ ଆମୋଦିତ କରିଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଜୟା ଭାରତୀ ଶର୍ମା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ସଂଯୋଜିକା ମମତା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର