ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ

ଭୁବନେଶ୍ବର: ବରମୁଣ୍ଡାସ୍ଥିତ ହୋଟେଲ ଚନ୍ଦନ ସଭାକକ୍ଷରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଖୋର୍ଦ୍ଧା ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମର ଉଦ୍‌ଘାଟକ ରୂପେ ବିଧାୟକ ସୁରେଶ କୁମାର ରାଉତରାୟ, ମୁଖ୍ୟ ଅତିଥି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ମୁଖ୍ୟବକ୍ତା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ସମ୍ମାନିତ ଅତିଥି ଓଡ଼ିଶା ରାଜ୍ୟ ରାଜଭାଷା ବିକାଶ ପରିଷଦର ସଚିବ ନାରାୟଣ ମୁଦୁଲି, ସଂଗ୍ରାମ କେଶରୀ ସାମନ୍ତରାୟ, ବରେଣ୍ୟ ଅତିଥି ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ଏବଂ ପ୍ରତିଷ୍ଠାତା ବଳରାମ ତରେଇଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରଥମ ଅଧିବେଶନର ମୁଖ୍ୟବକ୍ତା ପଣ୍ଡିତ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ।

ସଭା ପ୍ରାରମ୍ଭରେ ପଣ୍ଡିତ ନାରାୟଣ ରଥ ଭଜନ ପରିବେଷଣ କରିଥିଲେ। ସଭାପତିତ୍ୱ କରିଥିଲେ ଚକ୍ରଧର ତ୍ରିପାଠୀ। ଏହି ଅବସରରେ ଗଣେଶ ଚନ୍ଦ୍ର ଜେନା, ପଞ୍ଚାନନ ପାଣିଗ୍ରାହୀ, ପ୍ରତିମା ପ୍ରଧାନ, ଅନସୂୟା ଦେବତା, କୈଳାସ ଚନ୍ଦ୍ର ପଟ୍ଟନାୟକ, ରମାକାନ୍ତ ନାୟକ, ଡ. ନିରଦ କୁମାର ପୋଥାଳ ଓ ପ୍ରଦୀପ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଣେଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର