ଡିସେମ୍ବର ଦ୍ୱିତୀୟ ସପ୍ତାହରେ ବସ୍ତି ସଂଘର୍ଷ ସମିତିର ମହାସମାବେଶ

ଭୁବନେଶ୍ୱର : ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରିବା ଦାବି ନେଇ ଆସନ୍ତା ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଓଡ଼ିଶା ବସ୍ତି ସଂଘର୍ଷ ସମିତି ପକ୍ଷରୁ ମହାସମାବେଶ ଅନୁଷ୍ଠିତ ହେବ। ଆବଶ୍ୟକ ପଡ଼ିଲେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ସମିତି ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରତାପ ସାହୁ କହିଲେ, ରାଜ୍ୟ ସରକାର ରାଜନେତା, ସରକାରୀ କର୍ମଚାରୀ, ବ୍ୟବସାୟିକ ଅନୁଷ୍ଠାନଙ୍କୁ ଜମି/ପ୍ଲଟ ଯୋଗାଇ ଆସୁଛନ୍ତି। ଅନେକ ପ୍ରଭାବଶଳୀ ଲୋକ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବେଆଇନ ଭାବେ ଶହ ଶହ ଏକର ଜମି ମାଡ଼ି ବସିଛନ୍ତି। ମାତ୍ର ସରକାର ଜବରଦଖଲକାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ମାତ୍ର ଗତ ୩୦/୪୦ବର୍ଷ ଧରି ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିବା ବସ୍ତିବାସିନ୍ଦାମାନେ ଜମି ପାଇଁ ଆନ୍ଦୋଳନ କରୁଥିଲେ ହେଁ ସରକାର ଏହାକୁ ବେଖାତିର କରି ଆସୁଛନ୍ତି। ତେଣୁ ବସ୍ତିବାସିନ୍ଦାମାନେ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ବସ୍ତିନେତ୍ରୀ ରଞ୍ଜୁଲତା ମହାପାତ୍ର ଓ ପ୍ରଜ୍ଞାନ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର