ବିଆଇଆଇଟିଏମ୍‌ ଫେଷ୍ଟ-୨୦୧୮ ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର : ପଟିଆସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଷ୍ଟିିଚ୍ୟୁଟ୍‌ ଅଫ୍‌ ଆଇଟି ଏଣ୍ଡ୍‌ ମ୍ୟାନେଜମେଣ୍ଟ (ବିଆଇଆଇଟିଏମ୍‌)ରେ ଦୁଇ ଦିନ ଧରି ଚାଲିଥିବା ‘ବି-ଫେଷ୍ଟ୍‍’ ଉତ୍ସାହ ଉଦ୍ଦୀପନାର ସହିତ ଉଦ୍‌ଯାପିତ ହୋଇଛି। ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ କ୍ଷେତ୍ରରେ ଉତ୍ତମ ତାଲିମ ପ୍ରଦାନ କରିବା ଓ ଜ୍ଞାନ ଆହରଣ କରିବା ଲକ୍ଷ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ସାର୍ଥକ ଶଙ୍କର ଭଗତ କୃତୀ ଛାତ୍ରଛାତ୍ରୀ ଓ ପ୍ରାୟୋଜକ କମ୍ପାନିଗୁଡ଼ିକୁ ପରୁସ୍କୃତ କରିଥିଲେ। ଏହି ଅବସରରେ ଖୋଲାଯାଇଥିବା ବିଭିନ୍ନ ଫୁଡ୍‌ ଷ୍ଟଲ୍‌ ଓ ଗେମ୍‌ ଜୋନ୍‌ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଥିଲା। ଏହି ବି-ଫେଷ୍ଟରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୫୦୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିବାରୁ ଅନୁଷ୍ଠାନର ଇଡି ପ୍ରତାପ କୁମାର ବଳବନ୍ତରାୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର