ଯୁବକଙ୍କୁ ମାଉଜର ଦେଖାଇ ବାଇକ୍‌ ଲୁଟ ଉଦ୍ୟମ

ଧଉଳି: ଆଜି ଅପରାହ୍‌ଣରେ ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ଛକ ନିକଟରେ ଦୁଇ ଜଣ ଯୁବକ ଶିଶୁପାଳଗଡ଼ ଅଞ୍ଚଳର ଲାଡୁ ଗଜେନ୍ଦ୍ର ନାମକ ଜଣେ ଯୁବକଙ୍କୁ ମାଡ଼ ମାରିବା ସହିତ ମାଉଜର ଦେଖାଇ ତାଙ୍କ ଦାମୀ ବାଇକ୍‌ ଲୁଟ ଉଦ୍ୟମ କରିଥିଲେ। ତେବେ ଗଣ୍ଡଗୋଳ ସଂପର୍କରେ ଖବର ପାଇ ଲାଡୁଙ୍କ ସାଙ୍ଗମାନେ ପହଞ୍ଚିଯିବାରୁ ସେମାନେ ଭୁବନେଶ୍ବର ଦିଗରେ ଫେରାର ହୋଇଯାଇଥିଲେ। ଲାଡୁ ସେମାନଙ୍କ ବିରୋଧରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଘଟଣାର ସତ୍ୟତା ଜାଣିବା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି। ଲାଡୁଙ୍କ ଅଭିଯୋଗ ମୁତାବକ ସେମାନେ କଟକ-ପୁରୀ ବାଇପାସ୍‌ ରାସ୍ତାରେ ପିଛା କରି ଶିଶୁପାଳଗଡ଼ ଛକ ନିକଟରେ ଅଟକାଇ ମାଉଜର୍‌ ଦେଖାଇ ତାଙ୍କୁ ଭୟଭୀତ କରିଥିଲେ।

ସମ୍ବନ୍ଧିତ ଖବର