ଆମ ଓଡ଼ିଶା ଓ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ହୀରାପୁରରୁ ୨୫ୟୁନିଟ୍‌ ରକ୍ତ ସଂଗ୍ରହ

ବାଲିଅନ୍ତା: ଆମ ଓଡ଼ିଶା ଓ ଯଶୁଆପୁର ବିକାଶ ପରିଷଦ ମିଳିତ ଆନୁକୂଲ୍ୟରେ ବାଲିଅନ୍ତା ବ୍ଲକ ଅଧୀନ ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ପୀଠ ଅତିଥି ଭବନ ସଭାକକ୍ଷ‌ରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୟଦେବ କୃଷକ ସୁରକ୍ଷା ମଞ୍ଚର ମୁଖ୍ୟ ବାବୁନି ସାହୁ, ଅନ୍ୟାନ୍ୟ ସଦସ୍ୟ, ସ୍ଥାନୀୟ ଅଞ୍ଚଳର ବହୁ ଯୁବବନ୍ଧୁ ଯୋଗଦେଇ ରକ୍ତଦାନ କରିଥିଲେ। ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ମୁଖ୍ୟଅତିଥି, ଶିକ୍ଷାବିତ୍‌ ବିଧୁଭୂଷଣ ପଟ୍ଟନାୟକ, ପ୍ରମୋଦ ପାଢ଼ୀ, ସତ୍ୟଭାମାପୁର ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶିକ୍ଷକ ନାରାୟଣ ବେହେରା, ଯୁବନେତା ସନ୍ତୋଷ ସେନାପତି, ଅରବିନ୍ଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ସାମାଜସେବୀ ଦୀନବନ୍ଧୁ ଭୋଇ, କ୍ଷୀରୋଦ ସାହୁ, ତାପସ ମଲ୍ଲିକ, ବିଶ୍ବଜିତ ସାମନ୍ତରାୟ, ହେମନ୍ତ ସେନାପତି, ଇଂ ପ୍ରଭାସ ବାରିକ, ପ୍ରକାଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧି ନିରଞ୍ଜନ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଢାଲି ଅତିଥି ଭବନ ପରିସରରେ ବୃକ୍ଷରୋପଣ କରିଥିଲେ। ଏନେଇ ଆୟୋଜିତ ସଭାରେ ବିଧାୟକ ସମସ୍ତ ରକ୍ତଦାତାମାନଙ୍କୁ ଗୋଟିଏ ଲେଖାଏଁ ଚାରା ବଣ୍ଟନ କରିବା ସହିତ ଆମ ଓଡ଼ିଶା ତରଫରୁ ରକ୍ତଦାନର ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। ଖୋର୍ଧା ବ୍ଲଡ୍‌ ବ୍ୟାଙ୍କର ଡା. ସ୍ବରୂପ ରଂଜନ ସାହୁ, ଟେକ୍ନିସିଆନ୍ ଅରୁଣ ସାହୁ ଓ ଅନିରୁଦ୍ଧ ସାହୁ ରକ୍ତଦାତାମାନଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ଯଶୁଆପୁର ବିକାଶ ପରିଷଦର ଅଧ୍ୟକ୍ଷ ରଂଜନ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର