ନନ୍ଦନକାନନରେ ପୁଣି ଆରମ୍ଭ ହେଲା ନୌକାବିହାର

ତ୍ରିଶୁଳିଆ: କରୋନା କଟକଣା କୋହଳ ହେବା ପରେ ଗତ ୩ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲା ଯାଇଥିଲା। କିନ୍ତୁ ବିଭିନ୍ନ ସଫାରି, ଟୟ ଟ୍ରେନ୍‌ ଓ ନୌକାବିହାର ପାଇଁ ଅନୁମତି ମିଳିନଥିଲା। ଏହା ଭିତରେ ବିଭିନ୍ନ ବନ୍ୟପ୍ରାଣୀ ସଫାରିରେ ବସ୍ ଚଳାଚଳ ହୋଇ ସାରିଥିବା ବେଳେ ଆଜି ନୌକାବିହାର ପୁଣି ଆରମ୍ଭ ହୋଇଯାଇଛି। ହ୍ରଦରୁ ଦଳ ସଫେଇ ସରିବା ପରେ ନୌକା ବିହାର ପାଇଁ ପର୍ଯ୍ୟଟକମାନେ ସୁଯୋଗ ପାଇଛନ୍ତି। ସୂଚନାନୁସାରେ, ଅଧଘଣ୍ଟା ନୌବିହାର ପାଇଁ ଦୁଇ ସିଟ୍‌ ବିଶିଷ୍ଟ ବୋଟ୍‌ ଟିକେଟ୍‌ ମୂଲ୍ୟ ୫୦ ଟଙ୍କା, ଚାରି ସିଟ୍‌ ବିଶିଷ୍ଟ ବୋଟ୍‌ ଟିକେଟ୍‌ ମୂଲ୍ୟ ୧୦୦ ଟଙ୍କା ଓ ପରିବାର ପାଇଁ ବୋଟ୍‌ ଟିକେଟ୍‌ ମୂଲ୍ୟ ୧୫୦ଟଙ୍କା ରଖାଯାଇଛି। ବୋଟିଂ ସମୟରେ ଲାଇଫ୍‌ଗାର୍ଡ ଜ୍ୟାକେଟ୍‌ ଯୋଗାଇ ଦିଆଯାଉଛି। ଆଜି ପ୍ରଥମ ଦିନରେ ନୌବିହାର ପାଇଁ ଆଖିଦୃଶିଆ ପର୍ଯ୍ୟଟକ ହୋଇନଥିଲେ। କିନ୍ତୁ ନୌବିହାର କରିଥିବା ପର୍ଯ୍ୟଟକମାନେ ଦୀର୍ଘ ଦିନ ପରେ ଏଥିରୁ ମଜା ଉଠାଇ ବେଶ୍ ଖୁସି ବୋଲି କହିଥିଲେ।

ସମ୍ବନ୍ଧିତ ଖବର