ରାଜଧାନୀ ଉପକଣ୍ଠରେ ବୋମାମାଡ଼: ୨ ଆହତ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ବୋମାମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏୟାରଫିଲଡ ଥାନା ପଞ୍ଚୁପଲ୍ଲୀଠାରେ ଏହି ବୋମାମାଡ଼ ଘଟଣା ଘଟିଛି। ବୋମାମାଡ଼ରେ ୨ ଆହତ ହୋଇଥିବା ବେଳେ ଉଭୟଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋମାମାଡ଼ କରିଥିବା ଯୁବକର ନାଆଁ ଅକ୍ଷୟ ବୋଲି ସୂଚନା ମିଳିଛି। ଜନ୍ମାଷ୍ଟମୀ ରାତିରେ ହୋଇଥିବା ଗଣ୍ଡଗୋଳକୁ ନେଇ ବୋମାମାଡ଼ ହୋଇଥିବା କୁହାଯାଉଛି।

ଘଟଣାସ୍ଥଳରେ ପହଞ୍ଚି କମିସନରେଟ ପୁଲିସର ଛାନଭିନ ଚଳାଇଛି। ଅଭିଯୁକ୍ତ ଅକ୍ଷୟ ଜଣେ ପେଶାଦାର ଅପରାଧୀ। ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର