ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ନିକଟରୁ ବ୍ରାଉନ୍‌ ସୁଗାର୍‌ ଜବତ

ଭୁବନେଶ୍ୱର: ପୁଣି ଜଣେ ଡ୍ରଗ୍‌ କାରବାର କରୁଥିବା ଅଭିଯୁକ୍ତ ଧରାପଡ଼ିଲା। ସାଲିଆ ସାହି ନିକଟରୁ ଜଣେ ଇଞ୍ଜିନିୟରିଂ ଛାତ୍ର ପାଖରୁ ବୁଧବାର ଅବକାରୀ ବିଭାଗ ୮ ଲକ୍ଷ ଟଙ୍କା ମୂଲ୍ୟର ୮୩ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି। ଡ୍ରଗ କାରବାର କରୁଥିବା ଅଭିଯୁକ୍ତ ଜଣକ ପ୍ରୀତିଶ ପଟ୍ଟନାୟକ ବୋଲି ଜଣାପଡ଼ିଛି । ପ୍ରୀତିଶଙ୍କ ନିକଟରୁ ବ୍ରାଉନ୍‌ ସୁଗାର ସହ ଏକ ବାଇକ୍‌ ବି ଜବତ କରାଯାଇଛି।

ଉଲ୍ଳେଖଯୋଗ୍ୟ, ଜାନୁଆରି ମାସ ଶେଷ ସପ୍ତାହରେ ଭୁବନେଶ୍ୱରର ପଟିଆରେ ଥିବା ବିଗ୍‌ ବଜାର ନିକଟସ୍ଥ ଅଞ୍ଚଳରୁ ଜଣେ ୩୦ ବର୍ଷିଅ ଡ୍ରଗ କାରବାର କରୁଥିବା ଯୁବକକୁ ଗିରଫ କରାଯାଇଥିଲା। ରାଜଧାନୀର ବିଭିନ୍ନ କଲେଜ ନିକଟରେ ଡ୍ରଗ କାରବାରକାରୀମାନେ ସକ୍ରିୟ ହୋଇ ଉଠିଥିବା କହିଛି ପୁଲିସ୍‌।

ସମ୍ବନ୍ଧିତ ଖବର