ନୂଆବର୍ଷ ପାଇଁ ରାଜଧାନୀକୁ ଆସିଲେଣି ଦେହଜୀବୀ

ଭୁବନେଶ୍ବର : ନୂଆବର୍ଷରେ ମଉଜ ମଜଲିସ୍‌ ପାଇଁ ଏବେଠାରୁ ରଙ୍ଗିନ୍‌ ହୋଇ ଉଠିଲାଣି ରାଜଧାନୀ ଭୁବନେଶ୍ବର। ଦେଶ ବିଦେଶର ପର୍ଯ୍ୟଟକ ମଧ୍ୟ ଓଡ଼ିଶାମୁହାଁ। ଏଥିପାଇଁ ତାରକା ହୋଟେଲଠାରୁ ଆରମ୍ଭ କରି ବାର୍‌, ସ୍ପା’ ସେଣ୍ଟର୍‌ଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଲାଣି। ଏହି ସମୟରେ ଦେହଜୀବୀଙ୍କ ଚାହିଦା ମଧ୍ୟ ରହିଥାଏ। ଏତିକିବେଳେ ଦଲାଲ ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି। କିଛି ଦିନ ତଳେ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ସେକ୍ସ ରୢାକେଟ୍‌ ଧରା ପଡ଼ିବା ଓ ଷ୍ଟେସନ୍‌ ନିକଟରେ ଥିବା ଏକ ହୋଟେଲରୁ ବଙ୍ଗୀୟ ଯୁବତୀ ଧରା ପଡ଼ିବା ପରେ ସ୍ପଷ୍ଟ ହୋଇଯାଇଛି ଯେ ରାଜଧାନୀରେ ସେକ୍ସ କାରବାର ଜୋରଦାର ଭାବେ ଆରମ୍ଭ ହୋଇଯାଇଛି। ଏବେ ରାଜଧାନୀରେ ଲୁଚାଛପା‌ରେ ପାଖାପାଖି ୩୦ଟି ସେକ୍ସ ରୢାକେଟ୍‌ କାମ କରୁଛି। ଏହି ରୢାକେଟ୍‌ରେ ବିଦେଶୀ ଓ ବଙ୍ଗୀୟ ଯୁବତୀ ମଧ୍ୟ ଅଛନ୍ତି। ନୂଆବର୍ଷରେ ଭଲ ବେପାରର ଲକ୍ଷ୍ୟ ରଖିଛନ୍ତି ଦେହ ଦଲାଲ। ସମ‌ସ୍ତେ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଘରଭଡ଼ା ନେଇ ସେଠାର ରୂପଜୀବୀମାନଙ୍କୁ ରଖିଛନ୍ତି। ପୁଲିସ ଏହି ତଥ୍ୟ ପାଇବା ପରେ ସେକ୍ସ ରୢାକେଟ୍‌ ଚାଲୁଥିବା ଘରଗୁଡ଼ିକର ତାଲିକା ପ୍ରସ୍ତୁତ କରିଛି। ଖୁବ୍‌ଶୀଘ୍ର ସେଗୁଡ଼ିକ ଉପରେ ଚଢ଼ଉ କରାଯିବ ବୋଲି କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ରାଜଧାନୀରେ ଏବେ ରୂପଜୀବୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦଲାଲମାନେ ଗ୍ରାହକଙ୍କୁ ଖୁସ୍‌ କରାଇବାକୁ ବିଦେଶୀ ଓ ବଙ୍ଗୀୟ ଯୁବତୀ ଡକାଇ ସାରିଲେଣି। ବିଦେଶୀମାନଙ୍କ ମଧ୍ୟରେ ଥାଇଲାଣ୍ଡ, ଋଷୀୟ ଯୁବତୀ ଅଧିକ ପସନ୍ଦ। ସେହିପରି ବଙ୍ଗୀୟ ଯୁବତୀମାନେ ମଧ୍ୟ ଏବେ ଭୁବନେଶ୍ବରମୁହାଁ। ରାଜଧାନୀରୁ ବିଦେଶୀ ଯୁବତୀ ଉଦ୍ଧାର ହେବା ନୂଆ କଥା ନୁହେଁ। ଚଳିତ ବର୍ଷ କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର ଏଚ୍-୨ଟୁ ଓ ସ୍ପା’ରୁ ୭ ଥାଇ ଯୁବତୀ, ଗତବର୍ଷ ଖାରବେଳନଗର ଅଧୀନ ଏକ ମାର୍କେଟ୍‌ କମ୍ପ୍ଲେକ୍ସରୁ ୪ ଥାଇ ଯୁବତୀ ଓ ଦୁଇ ବର୍ଷ ତଳେ ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀବିହାର ସିକ୍ସଥ୍‌ ଆଭିନ୍ୟୁ ଆର୍ପାଟମେଣ୍ଟରୁ ଜଣେ ଉଜବେକିସ୍ତାନ ଯୁବତୀ ଉଦ୍ଧାର ହୋଇଥିଲେ।

ଯାହା ସୂଚନା ମିଳିଛି, ନୂଆବର୍ଷକୁ ଦୃଷ୍ଟିରେ ରଖି ଦଲାମାନେ ପାଖାପାଖି ଏକ କୋଟି ଟଙ୍କାର ବେପାର କରିବାର ଲକ୍ଷ୍ୟ ରଖିଛନ୍ତି। କାରଣ ବିଦେଶୀ ଯୁବତୀମାନେ ଗୋଟିଏ ରାତିକୁ ୫୦ ହଜାର ଟଙ୍କାରୁ ୨ଲକ୍ଷ ଟଙ୍କା ନେଉଥିବା ବେଳେ ବଙ୍ଗୀୟ ଯୁବତୀମାନେ ୧୫ରୁ ୨୫ହଜାର ଟଙ୍କା ନେଉଛନ୍ତି। ସଟ୍‌ ପିଛା ୫ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଦର ରହିଛି। ଦଲାଲମାନେ ଏବେ ବିଭିନ୍ନ ୱେବସାଇଟ୍‌ ମଧ୍ୟ ଖୋଲିଛନ୍ତି। ଏହାଛଡ଼ା ଇନଷ୍ଟାଗ୍ରାମ, ହ୍ବାଟସ୍‌ ଆପ୍‌ ଭଳି ଆପକୁ ମଧ୍ୟ ବ୍ୟବହାର କରୁଛନ୍ତି ଦଲାଲ। ବିଗତ ଦିନରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବାରମ୍ବାର ବିୟୁଟି ପାର୍ଲର୍‌, ମସାଜ ସେଣ୍ଟର୍‌ ଓ ସ୍ପା’ ଉପରେ ଚଢ଼ଉ କରାଯାଇ ଚାଲୁଥିବା ସେକ୍ସ ରୢାକେଟ୍‌ର ପର୍ଦାଫାସ ହେଉଥିଲା। ରୂପଜୀବୀମାନଙ୍କୁ ଉଦ୍ଧାର କରାଯିବା ସହ ଦଲାଲ ଓ ଗ୍ରାହକମାନେ ଗିରଫ ହେଉଥିଲେ। ବାରାମ୍ବାର ଗିରଫ ହେବା ଦ୍ବାରା ସେମାନଙ୍କ ବେପାର ମାନ୍ଦା ହୋଇ ଯାଇଥିଲା।

‌ତେବେ ଦେହ ଦଲାଲମାନେ ଏବେ ନୂଆ ତରିକା ଆରମ୍ଭ କରିଛନ୍ତି। ଘରଭଡ଼ା ନେଇ ସେଠାରେ ରୂପଜୀବୀମାନଙ୍କୁ ରଖୁଛନ୍ତି। ଟେଲିଫୋନ୍, ହ୍ବାଟସଆପ୍‌ ମାଧ୍ୟମରେ ଯୋଗା‌ଯୋଗ କରାଯାଉଛି। ପସନ୍ଦ ହେଲେ ଗ୍ରାହକମାନେ ଭଡ଼ା ଘରକୁ ଆସିଥାନ୍ତି। ରାଜଧାନୀ ଉପକଣ୍ଠ ପିପିଲି, ନୂଆଗାଁ, ଘାଟିକିଆ, ସମ୍ ହସ୍ପିଟାଲ ନିକଟ, କଳିଙ୍ଗବିହାର, ସୁନ୍ଦରପଦା, ଧଉଳି, ସତ୍ୟବିହାର, ଅଟଳା, ଚକେଇସିଆଣୀ, ରଘୁନାଥପୁର, ନନ୍ଦନକାନନ ଅଞ୍ଚଳ‌ରେ ଥିବା ନିକାଞ୍ଚନ ଘର ନଚେତ ଆର୍ପାଟମେଣ୍ଟକୁ ଭଡ଼ା ନେଇ ଦଲାଲମାନେ ଏଭଳି ରୢାକେଟ୍‌ ଚଳାଉଛନ୍ତି।

ରାଜଧାନୀରେ ଚାଲୁଥିବା ସେକ୍ସ ରୢାକେଟ୍‌ କାରବାର ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଖବର ମିଳିବା କ୍ଷଣି ଚଢ଼ଉ କରାଯିବ। ଯେଉଁ ସ୍ଥାନରେ ଏଭଳି ଧନ୍ଦା ହେଉଛି ବୋଲି ସାଧାରଣ ଲୋକ ଜାଣୁଛନ୍ତି, ତୁରନ୍ତ ପୁଲିସକୁ ଖବର ଦିଅନ୍ତୁ। ସେମାନଙ୍କ ନାମ ଗୋପନ ରଖାଯିବ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର