ଶୋକରେ ବୁଡ଼ିଲା ରାଜଧାନୀ

ଭୁବନେଶ୍ବର: ଚାରିଆଡ଼େ ଛାଇଯାଇଛି ଏକ ଅବ୍ୟକ୍ତ ନିରବତା। ଅଦେଖା ଲୁହରେ ଭିଜୁଛି ସାରା ଦେଶ। ୪୪ ସୈନିକଙ୍କୁ ହରାଇବା ପରେ ସ୍ତବ୍ଧ ହୋଇଯାଇଛି ଭାରତ ମାଟି। ପୁଲ୍‌ୱାମାରେ ସହିଦ ସୈନିକଙ୍କୁ ଝୁରି ହେଉଛନ୍ତି ଦେଶବାସୀ। ଏନେଇ କେଉଁଠି ଦୀପଦାନ କରି ସୈନିକମାନଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଛି ତ କେଉଁଠି ମହମବତି ଶୋଭାଯାତ୍ରା କରାଯାଇଛି। ଏନେଇ ଆଜି ସମଗ୍ର ରାଜଧାନୀ ବି ଶୋକରେ ବୁଡ଼ିଥିଲା। ମନ୍ଦିର, ମସ୍‌ଜିଦ, ଚର୍ଚ ସବୁଠି ଆଜି ସହିଦଙ୍କ ପାଇଁ ପ୍ରାର୍ଥନା କରିଥିଲେ ରାଜଧାନୀବାସୀ। ସଭା, ସମିତି, ଖଣ୍ଡଗିରି ଯାତ୍ରା ସବୁଠି ଦଣ୍ଡାୟମାନ ହୋଇ ନିରବ ପ୍ରାର୍ଥନାରେ ସାମିଲ୍‌ ହୋଇଥିଲେ ଆବାଳବୃଦ୍ଧବନିତା।

ସମ୍ବନ୍ଧିତ ଖବର