କାର୍‌-ଅଟୋ ମୁହାଁମୁହିଁ, ୩ ଗୁରୁତର

ବାଲିଅନ୍ତା: ହଂସପାଳ–ଜୟଦେବ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଇଣ୍ଡିଆନ ଓଭରସିଜ ବ୍ୟାଙ୍କ (ଅଣ୍ଡିଲୋ ଶାଖା) ନିକଟରେ ଆଜି ମଧ୍ୟାହ୍ନରେ କାର ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍‌କା ହେବାରୁ ଅଟୋ ଚାଳକଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅଟୋ ଭିତରେ ଥିବା ଅନ୍ୟ ୨ ଆହତ ହେଲେ ଚାଳକଙ୍କ ପତ୍ନୀ ଓ ଭଉଣୀ ବୋଲି ଜଣାପଡ଼ିଛି। ତେବେ ଆହତମାନଙ୍କ ଠିକଣା ମିଳିପାରିନି। ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଛନ୍ତି। ମଞ୍ଚେଶ୍ବର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଅଟୋ ଜବତ କରିଥିଲେ ହେଁ କାର୍‌ଟି ଘଟଣାସ୍ଥଳରୁ ପଳାଇଯାଇଛି। କାର୍‌ଟି ଭୁବନେଶ୍ବରରୁ ଜୟଦେବ ଅଭିମୁଖେ ଯାଉଥିବା ବେଳେ ଅଟୋକୁ ଧକ୍‌କା ଦେଇଥିଲା।

ସମ୍ବନ୍ଧିତ ଖବର