ରାସ୍ତାରେ ଜଳିଗଲା କାର୍

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ନୀଳାଦ୍ରିବିହାର ଆଡ଼କୁ ଆଜି ମଧ୍ୟାହ୍ନରେ ଯାଉଥିବା ଏକ କାର୍‌ରେ ହଠାତ୍‌ ନିଆଁ ଲାଗି ଜଳି ଯାଇଛି। ତେବେ ଚାଳକ ତ୍ରିନାଥ ସାହୁ ଉପସ୍ଥିତ ବୁଦ୍ଧି ଖଟାଇ କାର୍‌ରୁ ଡେଇଁ ପଡ଼ିବାରୁ ରକ୍ଷା ପାଇ ଯାଇଛନ୍ତି। ସ୍ଥାନୀୟ ଲୋକେ ଜଳନ୍ତା କାର୍‌କୁ ଲିଭାଇବା ପାଇଁ ଉଦ୍ୟମ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ କାର୍‌ର ୫୦ ଭାଗ ଜଳି ଯାଇଥିଲା। ଏହି ନୂଆ କାର୍‌ଟି ଆଜି ମଧ୍ୟାହ୍ନରେ ଏକ ଘରୋଇ ହସ୍ପିଟାଲକୁ ଯାଉଥିଲା। ହଠାତ୍‌ ଇଂଜିନ୍‌ ନିକଟରୁ ନିଆଁ ଓ ଧୂଆଁ ବାହାରିଥିଲା। ସର୍ଟସର୍କିଟ୍‌ କିମ୍ବା ଗାଡ଼ିର ଇଂଜିନ୍‌ ଅତ୍ୟଧିକ ଗରମ ହୋଇଯିବାରୁ ନିଆଁ ଲାଗି ଥାଇପାରେ ବୋଲି ଦମକଳ ବିଭାଗ ଅନୁମାନ କରୁଛି।

ସମ୍ବନ୍ଧିତ ଖବର