ଭୁବନେଶ୍ୱରରେ ମାତିଛନ୍ତି ଷଣ୍ଢ ଲୁଟେରା, ଦେଖନ୍ତୁ ସିସିଟିଭି ଭିଡିଓ

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଚୋରି ହେଉଥିବା କଥା ଆପଣ ଶୁଣିଥିବେ । କିନ୍ତୁ ରାଜରାସ୍ତାରୁ ରାତି ଅଧରେ ଷଣ୍ଢ ଚୋରି ହେବା ଘଟଣା ବୋଧେ ଆପଣ କେବେ ଶୁଣିନଥିବେ । କିନ୍ତୁ କଥାଟି ପୁରା ସତ । ଭୁବନେଶ୍ୱରର କେଶୁରା ଅଞ୍ଚଳରେ ଘଟିଛି ଏଭଳି ଘଟଣା । କେଶୁରା ବାଇପାସରେ ଏଭଳି ଷଣ୍ଢ ଚୋରି ହେଉଥିବା ଦୃଶ୍ୟ ସିସିଟିଭରେ କଏଦ ହୋଇଛି ।

ରାତି ଅଧରେ ଲୋକେ ରାସ୍ତାରେ ନଥିବାରୁ ଏହାର ସୁଯୋଗ ନେଇ ମାତିଛନ୍ତି ଗୋଚାଲାଣକାରୀ । ଏକ ଗାଡି ଆଣି ନିଛାଟିଆ ସ୍ଥାନରେ ରଖୁଛନ୍ତି ଓ ଷଣ୍ଢକୁ ଧରିବାକୁ ଉଦ୍ୟମ କରି ଫେଲ ମାରିଛନ୍ତି । ଆଉ ଏକ ଷଣ୍ଢ ଶୋଇଥିବାବେଳେ ଜଣେ ଲୋକ ଟାଣି ଟାଣି ଗାଡି ପାଖକୁ ନେଉଛନ୍ତି ।

ଆଉ ଗାଡି ଭିତରକୁ ଷଣ୍ଢକୁ ଉଠାଇବା ପାଇଁ ସଂପୃକ୍ତ ଲୋକଙ୍କୁ ସହାୟତା କରୁଛନ୍ତି ଆଉ ଜଣେ ବ୍ୟକ୍ତି । ଏହି ସବୁ କାମରେ ପ୍ରାୟ ୪ରୁ ଅଧିକ ଲୋକ ସାମିଲ ଥିବା ସିସିଟିଭିରେ କଏଦ ହୋଇଛି । ରାଜପଥ କଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତାରେ ଗାଡି ଯାଉଥିଲେ ବି କାହାର ନଜର ଏହା ଉପରେ ପଡିନାହିଁ ।

ସମ୍ବନ୍ଧିତ ଖବର