କୁନିଝିଅକୁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଚନ୍ଦ୍ରଶେଖରପୁର: ଦୁନିଆକୁ ଭଲ କରି ଦେଖିବା ଆଗରୁ କୋମାରେ ଆକ୍ରାନ୍ତ ହୋଇଥିବା କୁନି ଝିଅ ତୁଳସୀର କରୁଣ ଅବସ୍ଥା ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ବେଳେ ଏ ବାବଦରେ ସୂଚନା ପାଇ ତୁଳସୀକୁ ସହାୟତାର ହାତ ବଢ଼ାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ନୀଳାଦ୍ରି ବିହାରସ୍ଥିତ ଆଦର୍ଶ ବସ୍ତିରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ପହଞ୍ଚି ତୁଳସୀର ସ୍ବାସ୍ଥ୍ୟାବସ୍ଥା ବିଷୟ ବୁଝିଥିଲେ। ମନ୍ତ୍ରୀ ଅନୁଧ୍ୟାନ କରି ଯିବା ପରେ ଏକ ପ୍ରତିନିଧି ଦଳ ତୁଳସୀକୁ ନେଇ ଏମ୍‌ସରେ ଭର୍ତି କରି ଚିକିତ୍ସା ଆରମ୍ଭ କରିଛନ୍ତି। ଖୋର୍ଧା ଜିଲ୍ଲା ବାଣପୁର ସାନ ନାଇରୀ ଗ୍ରାମର ହାଡ଼ୁ ଘଡ଼େଇଙ୍କ ଝିଅ ତୁଳସୀ ଜନ୍ମର ୩ ମାସ ପରେ ହଠାତ୍‌ ଅଚେତ ହୋଇ ପଡ଼ିଯାଇଥିଲା। ମାତ୍ର ଅଚେତ ହେବା ପରେ ସେ ଆଉ ଉଠିପାରିନଥିଲା। ସେବେଠୁ ଅଢ଼େଇବର୍ଷ ହେବ ତୁଳସୀ କୋମାରେ ରହିଥିଲେ ମଧ୍ୟ ହାଡ଼ୁଙ୍କ ପରିବାର ସ୍ବଚ୍ଛଳ ନଥିବାରୁ ସେ ଝିଅକୁ ଚିକିତ୍ସା କରାଇପାରୁନଥିଲେ। ତେବେ ଏକ ସଂସ୍ଥାର ସହଯୋଗରେ ଘରେ ତୁଳସୀର ଚିକିତ୍ସା ଚାଲିଥିଲେ ବି ତୁଳସୀ ସୁସ୍ଥ ହୋଇପାରିନଥିଲା। ବରଂ ଧୀରେଧୀରେ ଶରୀର ବିଗିଡ଼ିବାରେ ଲାଗିଥିଲା। ଏ ସମ୍ପର୍କରେ ଜାଣିବା ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସହଯୋଗ କରିବା‌କୁ ଆଗେଇ ଆସିଛନ୍ତି।

ସମ୍ବନ୍ଧିତ ଖବର