ବକ୍ତା ପ୍ରଦାନ କରିବେ ସୀମା ମୁସ୍ତାଫା

ସେଣ୍ଟର ଫର୍‌ ଏସିଆନ୍‌ ଷ୍ଟଡିଜ୍‌ର ବକ୍ତତା କାର୍ଯ୍ୟକ୍ରମ ୨୪ରେ

ଭୁବନେଶ୍ୱର: ସେଣ୍ଟର ଫର୍‌ ଏସିଆନ୍‌ ଷ୍ଟଡିଜ୍‌ ପକ୍ଷରୁ ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ବକ୍ତତା କାର୍ଯ୍ୟକ୍ରମ ମଧୁସୂଦନ ନଗରସ୍ଥିତ ଜାତୀୟ ଅଭିଲେଖାଗାରରେ ଅନୁଷ୍ଠିତ ହେବ। ବିଶିଷ୍ଟ ସାମ୍ବାଦିକା ତଥା ‘ଦି ସିଟିଜେନ୍‌’ର ପ୍ରତିଷ୍ଠାତା ସମ୍ପାଦିକା ସୀମା ମୁସ୍ତାଫା ବକ୍ତତା ପ୍ରଦାନ କରିବେ। ପାୟୋନିୟର, ପାଟ୍ରିଅଟ୍‌, ଟେଲିଗ୍ରାଫ୍‌ ଏବଂ ଦି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ସାମ୍ବାଦିକତା, ‘ଏସିଆନ୍‌ ଏଜ୍‌’ର ଦିଲ୍ଲୀ ବ୍ୟୁରୋ ଚିଫ୍‌, ‘ସଣ୍ଡେ ଗାର୍ଡିଆନ୍‌’ର ରେସିଡେଣ୍ଟ୍‌ ଏଡିଟର ରହିବା ସହ କିଛି ପ୍ରତିଷ୍ଠିତ ଖବରକାଗଜରେ ସ୍ତମ୍ଭକାର ଭାବେ ସୀମା ପ୍ରତିଷ୍ଠା ଅର୍ଜନ କରିଛନ୍ତି। ୪ଟି ପୁସ୍ତକ ରଚନା ସହ ରାଜନୀତି ସମ୍ବନ୍ଧୀୟ ରିପୋର୍ଟିଂରେ ଶ୍ରେଷ୍ଠତ୍ୱ ପାଇଁ ‘ପ୍ରେମ ଭାଟିଆ ସମ୍ମାନ’ ଅର୍ଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀମାନଙ୍କୁ ଯୋଗ ଦେବା ପାଇଁ ପ୍ରଫେସର ଯତୀନ ନାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର