ଜୟ ହୋ ଭାରତ..ଚକ୍‌ ଦେ ଇଣ୍ଡିଆ…

ଭୁବନେଶ୍ବର: ଚଳିତବର୍ଷ ହକି ବିଶ୍ବକପ୍‌ ରାଜଧାନୀରେ ଅନୁଷ୍ଠିତ ହେଉଥିବାରୁ ସମଗ୍ର ବିଶ୍ବର ନଜର ଏବେ କଳିଙ୍ଗ ଷ୍ଟାଡିୟମ୍‌ ଉପରେ ରହିଛି। ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବକୁ ଚିତ୍ତାକର୍ଷକ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ହକି ଫେଡେରେସନ୍‌ ପର୍ଯ୍ୟନ୍ତ ସମସ୍ତେ ଲାଗି ପଡ଼ିଛନ୍ତି। ତେବେ ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସ˚ଗୀତ ନିର୍ଦେଶକ ଏ ଆର‌୍‌ ରେହମାନ୍‌ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ଥିବାରୁ ଏହାକୁ ନଜରରେ ରଖି ଏବେଠାରୁ ଷ୍ଟାଡିୟମ୍‌ ମଧୢରେ ୩ଡି ମଞ୍ଚ ନିର୍ମାଣ ଚାଲିଛି। ତେବେ ରେହମାନ୍‌ ସଂଗୀତ ପରିବେଷଣ କରୁଥିବା ସମୟରେ ବ୍ୟାକ୍‌ଗ୍ରାଉଣ୍ଡ ସପୋର୍ଟ ପାଇଁ ଏକ ସ୍ବତନ୍ତ୍ର ଆଲ୍‌ବମ୍‌ର ସୁଟିଂ ହେଉଛି, ଯେଉଁଥିରେ ଅଭିନୟ କରିଛନ୍ତି କିସ୍‌ ସ˚ସ୍କୃତି ବିଭାଗର ଛାତ୍ରଛାତ୍ରୀ। ପ୍ରାୟ ଦେଢ଼ ହଜାର ଛାତ୍ରଛାତ୍ରୀ ସୁଟି˚ରେ ଭାଗ ନେଇ ତ୍ରିରଙ୍ଗା ଟୋପି ଓ ପୋଷାକ ପିନ୍ଧି କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ରେନ୍‌ବୋ ନୃତ୍ୟ କରିଛନ୍ତି। ହକି ଫେଡେ଼ରେସନ୍‌ ପକ୍ଷରୁ ଏକ ଟିମ୍‌ ସେମାନଙ୍କର ଛବି ଉତ୍ତୋଳନ କରି ଆଲବମ୍‌ ନିର୍ମାଣ କରୁଛନ୍ତି। ‘ଜୟ ହୋ ଭାରତ .. ଚକେଦେ ଇଣ୍ତିଆ..’ ନାମକ ଏକ ଗୀତରେ କିସ୍‌ର କଳାକାରମାନେ ଏରୋବିକ୍‌ସ ଓ ସର୍କଲ୍‌ ନୃତ୍ୟ ପ୍ରଦର୍ଶନ କରି ପଡ଼ିଆ ଭିତରେ ଖେଳାଳିମାନଙ୍କୁ ଉତ୍ସାହିତ କରାଇବାର ପ୍ରୟାସ କରିଛନ୍ତି। ଏହି ଆଲ୍‌ବମ୍‌କୁ ଦେଶ ତଥା ଦେଶ ବାହାରେ ପ୍ରମୋସନ୍‌ କରାଯିବାକୁ ଯୋଜନା ଥିବା ଜଣାପଡ଼ିଛି। ତେବେ ତିନି ପ୍ରକାରର ଭିଡିଓ ନିର୍ମାଣ କରାଯାଉଛି, ଯାହାର ସମୟସୀମା ୩୦ ସେକେଣ୍ଡ, ଦେଢ଼ ମିନିଟ୍‌ ଓ ୨୦ ମିନିଟ୍‌ ରଖାଯାଇଛି।

ସମ୍ବନ୍ଧିତ ଖବର