ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଏବଂ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ ମିଳିତ ଆନୁକୂଲ୍ୟରେ ୨୬ତମ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ସତ୍ୟଭାମାପୁରସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ‌ରେ ରାଜ୍ୟର ୩୦ ଜିଲ୍ଲାରୁ ୧୦ରୁ ୧୭ବର୍ଷ ବୟସର ଛାତ୍ରଛାତ୍ରୀମାନେ ଯୋଗଦେଇ ବିଜ୍ଞାନ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ‘ସାଇନ୍ସ, ଟୋକ୍ନୋଲୋଜି ଆଣ୍ଡ ଇନୋଭେସନ୍‌ ଫର ଏ କ୍ଲିନ୍‌, ଗ୍ରିନ୍‌ ଆଣ୍ଡ ହେଲ୍‌ଦି ନେସନ’ ଶୀର୍ଷକ ଏହି ବିଜ୍ଞାନ କଂଗ୍ରେସକୁ ଅଧ୍ୟକ୍ଷ ତଥା ବୈଜ୍ଞାନିକ ଡ. ରଣସିଂହ ନିର୍ମଳେନ୍ଦୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳକ ପ୍ରତାପ ଜେନା, ଅନ୍ୟତମ ଅତିଥି ଭାବେ ସହ ପରିଚାଳକ ଚିତ୍ତରଞ୍ଜନ ବରିସଲ ଯୋଗଦେଇ ଶିଶୁମାନଙ୍କ ଭିତରେ ଥିବା ବିଜ୍ଞାନ ସୁଲଭ ଜ୍ଞାନକୁ ପ୍ରସ୍ଫୁଟିତ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷା କ୍ଷଣିକା ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ସୁନିଲ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ବାନ ମଡେଲ ସ୍କୁଲ ଅଧ୍ୟକ୍ଷ ଅରୁଣ ପତି, ଆଶିଷ ମହାନ୍ତି, ସତ୍ୟବ୍ରତ ସ୍ବାଇଁ, ମୋନାଲିସା ଦାସ ଯୋଗ ଦେଇଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ଅନସୂୟା ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର