କିସ୍‌ରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ଚନ୍ଦ୍ରଶେଖରପୁର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି କିଟ୍‌ ଓ କିସ୍‌ ପରିଦର୍ଶନ କରିଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ବୁଲି ଦେଖିବା ସହ କିସ୍‌ର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ଏହି ଅବସରରେ କିସ୍‌ର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ରାୟ କହିଲେ, କିସ୍‌ ଭଳି ଏକ ପବିତ୍ର ସ୍ଥାନକୁ ଆସି ନିଜକୁ ଧନ୍ୟ ମନେ କରୁଛି। ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ ଶ୍ରୀ ରାୟ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୃଦ୍ଧ ଭାରତର ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହାକୁ ଅଚ୍ୟୁତ ସାମନ୍ତ ଏଠାରେ ସଫଳ ରୂପାୟନ କରିଛନ୍ତି। ତୁମେ ତୁମ ଜୀବନରେ ଅନ୍ୟମାନଙ୍କୁ ସାହାଯ୍ୟ କରି ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରିବା ଉଚିତ ବୋଲି ଶ୍ରୀ ରାୟ କହିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତ, କିଟ୍‌ ଓ କିସ୍‌ର ସ˚ପାଦକ ଆର ଏନ୍‌ ଦାଶ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର