ରୋମାଞ୍ଚ ଭରିବ କଲର୍ସ ଓଡ଼ିଆର ୪ ନୂଆ ଧାରାବାହିକ

ଭୁବନେଶ୍ବର : ରହସ୍ୟ, ଲୋକକଥା ଓ ପୁରାଣକୁ ନେଇ ଓଡ଼ିଆ ଦର୍ଶକଙ୍କୁ ପୁଣି ମନୋରଂଜନର ଫୁଲ୍‌ ପ୍ୟାକେଜ୍‌ ଭେଟି ଦେବ ‘କଲର୍ସ ଓଡ଼ିଆ’ ଚ୍ୟାନେଲ୍‌। ଆରବ୍ୟ ରଜନୀ, ନୀଳାମ୍ବରି, ସତର୍କ ରୁହ ଭଳି ଲୋକପ୍ରିୟ ଧାରାବାହିକରେ ଦର୍ଶକଙ୍କୁ ବାନ୍ଧି ରଖିଥିବା କଲର୍ସ ଓଡ଼ିଆ ମନୋରଂଜନର ନୂଆ ତଡ଼କା ଭେଟିଦେବାକୁ ଆଣିଛି ପୁଣି ୪ ନୂଆ ଧାରାବାହିକ। ଚନ୍ଦ୍ରକାନ୍ତା, ଶନି, ମହାକାଳୀ ଓ ନାଗିନ୍‌ ଭଳି ରୋମାଞ୍ଚଭରା କାହାଣୀରେ ଦର୍ଶକଙ୍କୁ ପ୍ରାଇମ୍‌ ଟାଇମ୍‌ରେ ପୂର୍ଣ୍ଣ ମନୋରଂଜନ ଭେଟିଦେବ ଏହି ଚ୍ୟାନେଲ୍‌।

ମେ’ ୫ରୁ ଧାରାବାହିକ ‘ଚନ୍ଦ୍ରକାନ୍ତା’ ଆରମ୍ଭ ହୋଇଛି। ବିଜୟଗଡ଼ ଓ ସୂର୍ଯ୍ୟଗଡ଼ ଭଳି ଦୁଇ ପ୍ରତିଦ୍ବନ୍ଦୀ ରାଜ ପରିବାର ଉପରେ ଆଧାରିତ କଥାବସ୍ତୁ ସମେତ ଯାଦୁକରୀ କଥାସାର, ପ୍ରେମ, ଆବେଗ ଓ ପ୍ରତିଶୋଧର ବର୍ଣ୍ଣନା ଦର୍ଶକଙ୍କୁ ରୋଚକ ଅନୁଭବ ଦେବ। ପ୍ରତ୍ୟେକ ରବିବାର ସନ୍ଧ୍ୟା ୭ଟାରେ ଏହା ପ୍ରସାରିତ ହେବ। ଧାରାବାହିକ ‘ଶନି’ରେ ଦେବାସୁର ସଂଗ୍ରାମର ବଳିଷ୍ଠ କଥାବସ୍ତୁ ନିହିତ ଥିବା ବେଳେ ପ୍ରତି ସପ୍ତାହରେ ସୋମବାରରୁ ଶନିବାର ସନ୍ଧ୍ୟା ୬ଟାରେ ଏହି ଧାରାବାହିକର ମଜା ଉଠାଇପାରିବେ ଦର୍ଶକ। ମା’ ପାର୍ବତୀଙ୍କ ମହାକାଳୀ ରୂପ ଓ ଶକ୍ତିର ପ୍ରଦର୍ଶନକୁ ରୋଚକ ଢଙ୍ଗରେ ମନୋରଂଜନଧର୍ମୀ କରି ଉପସ୍ଥାପିତ କରାଯାଇଛି ଧାରାବାହିକ ମହାକାଳୀରେ। ଏହା ପ୍ରତି ସପ୍ତାହ ସୋମବାରରୁ ଶନିବାର ସନ୍ଧ୍ୟା ୭ଟାରେ ପ୍ରସାରିତ ହେବ। କେବଳ ସେତିକି ନୁହେଁ, ରହସ୍ୟରେ ଭରା ଏକ ଇଚ୍ଛାଧାରୀ ନାଗିନ୍‌ର ରୋମାଞ୍ଚଭରା କାହାଣୀ ଦେଖିବାକୁ ମିଳିବ ଧାରାବାହିକ ‘ନାଗିନ୍‌’ରେ। ନିଜ ବାପା ମା’ଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ନାଗିନ ଶିବାନ୍ୟା କି ପନ୍ଥା ଆପଣାଉଛି ସେହିଭଳି ଏକ ରୋଚକ କାହାଣୀକୁ ଭେଟିଦେଉଛି ‘ନାଗିନ୍‌’। ଏହା ପ୍ରତି ସପ୍ତାହରେ ସୋମବାରରୁ ଶନିବାର ରାତି ୮ଟାରେ ପ୍ରସାରିତ ହେବ। ନୂଆକରି ପ୍ରସାରିତ ଧାରାବାହିକ ସମ୍ବନ୍ଧ‌ରେ ମତ ରଖି କଲର୍ସ ଓଡ଼ିଆ ବ୍ୟବସାୟ ମୁଖ୍ୟ ରାହୁଲ ଚକ୍ରବର୍ତୀ କହିଛନ୍ତି, ଏହି ରହସ୍ୟ ଭିତ୍ତିକ ଲୋକକଥା ସବୁ ବର୍ଗର ଦର୍ଶକଙ୍କୁ ମନୋରଂଜନ ଖୋରାକ ଯୋଗାଇବ। ଏହି କାହାଣୀଗୁଡ଼ିକ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ବହୁ ଆଦୃତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର