ସତର୍କ କରାଇଲା କମିସନରେଟ୍‌ ପୁଲିସ, ଅଜଣା ଲୋକ ଉପରେ ଭରସା କରନ୍ତୁ ନାହିଁ

ଭୁବନେଶ୍ବର:‘‘ରାତିରେ ଯଦି କୌଣସି ମହିଳା/ ଯୁବତୀ ଏକୁଟିଆ ରହି ଯାଉଛନ୍ତି ଓ ଅସହାୟ ମନେ କରୁଛନ୍ତି, ‌ସେମାନେ ତୁରନ୍ତ ଆମ ସହ ଯୋଗାଯୋଗ କରନ୍ତୁ। ଆପଣ ଚାହୁଁଥିବା ଗନ୍ତବ୍ୟ ସ୍ଥାନରେ ଆମେ ସୁରକ୍ଷିତ ଭାବେ ଛାଡ଼ି ଦେବୁ। ଆମ୍ଭେମାନେ ଆପଣଙ୍କ ଭାଇ ଭଳି। ଭୟ କରନ୍ତୁ ନାହିଁ।’’ କିଛି ଦିନ ହେଲା ଫେସ୍‌ବୁକ୍‌ରେ ପରିଚୟ, ଠିକଣା, ମୋବାଇଲ ନମ୍ବର ଦେଇ କିଛି ଯୁବକ ଏପରି ସହଯୋଗ କରିବାକୁ ଘୋଷଣା କରୁଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ କମିସନରେଟ୍‌ ପୁଲିସ ଏହାକୁ ଗୁରୁତ୍ବର ସହ ନେଇଛି। ଆଜି ଏକ ଟ୍ବିଟ୍‌ ଜରିଆରେ କମିସନରେଟ୍‌ ପୁଲିସ ପକ୍ଷରୁ ଏଭଳି ପ୍ରଚାରକୁ ବିଶ୍ବାସ ନ କରିବାକୁ କୁହାଯାଇଛି। ସମସ୍ୟାରେ ପଡ଼ିଲେ କେବଳ ପୁଲିସ କଣ୍ଟ୍ରୋଲ ରୁମ-୧୦୦କୁ ଫୋନ୍ କରିବାକୁ ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର