ବାଲିପାଟଣାରେ କରୋନା ସଚେତନତା

ବାଲିପାଟଣା: ବାଲିପାଟଣାସ୍ଥିତ ଶିଶୁଅନନ୍ତ ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍‌ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାସ୍ତାରେ ଯାଉଥିବା ପଥଚାରୀମାନଙ୍କୁ ହାତ ଧୋଇବା ଓ ଗହଳିଠାରୁ ଦୂରେଇ ରହିବା ପାଇଁ ସଚେତନ କରାଇଥିଲେ। ଏହାସହ କାମ ନଥିଲେ ବାହାରକୁ ନ ବାହାରିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ଶତାଧିକ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ବୈକୁଣ୍ଠ ନାରାୟଣ ଦାସଙ୍କ ନେତୃତ୍ବରେ ଯୁବରେଡ୍‌କ୍ରସ୍‌ ପରାମର୍ଶଦାତା ଅଧ୍ୟାପିକା ଡ. ରଶ୍ମିତା ମହାପାତ୍ର, ଅଧ୍ୟାପକ ଅନ୍ତର୍ଯ୍ୟାମୀ ସାହୁ, ଅଧ୍ୟାପକ ଲକ୍ଷ୍ମୀଧର ସେଠୀଙ୍କ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର