କ୍ରେଡିଟ୍‌ କାର୍ଡ ଅପ୍‌ଡେଟ୍ ନାଁରେ ସାଇବର ଠକେଇ: ଲକ୍ଷାଧିକ ଟଙ୍କା ଫେରିପାଇଲେ ଯୁବକ

ଭୁବନେଶ୍ବର : କ୍ରେଡିଟ୍‌ କାର୍ଡ ଅପ୍‌ଡେଟ୍ କରାଇବା ନାଁରେ ଜଣେ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିଲା। କିନ୍ତୁ ଗୋଲ୍‌ଡେନ୍‌ ଆୱାରରେ ଅଭିଯୋଗ କରି ସେ ସବୁ ଟଙ୍କା ଫେରିପାଇଛନ୍ତି। ସେ ହେଉଛନ୍ତି ଖଣ୍ଡଗିରି ଅଞ୍ଚଳର ଦୀପକ ଦାସ।

ଖବର ଅନୁଯାୟୀ, ଗତ ୨ଦିନ ତଳେ ଦୀପକଙ୍କ ମୋବାଇଲକୁ କ୍ରେଡିଟ୍ କାର୍ଡ ଅପଡେଟ୍ କରାଇବା ନାଁରେ ଏକ ମେସେଜ ଆସିଥିଲା। ଦୀପକ ଉକ୍ତ ଲିଙ୍କରେ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୪ରୁ ୫ଟି ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା ଗାଏବ ହୋଇଯାଇଥିଲା। ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଟଙ୍କା ଯାଇଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ଅଚଳ କରିବା ସହିତ ଉକ୍ତ ଆକାଉଣ୍ଟରୁ ଟଙ୍କା ଦୀପକଙ୍କ ଆକାଉଣ୍ଟକୁ ଫେରସ୍ତ କରାଯାଇଥିଲା।

ତେବେ ଏନେଇ ସାଇବର ଥାନା ଆଇଆଇସି ରଶ୍ମିତା ଜେନା କହିଛନ୍ତି, କ୍ରେଡିଟ୍ କାର୍ଡ ନାଁରେ ସାଇବର ଠକେଇ ଅଭିଯୋଗ ବହୁ ମାତ୍ରାରେ ଆସୁଛି। ମାତ୍ର ମୋବାଇଲକୁ ଆସୁଥିବା ମେସେଜ୍ କି କୌଣସି ବ୍ୟକ୍ତି ଯଦି ଫୋନ୍ କରି କୌଣସି ତଥ୍ୟ ମାଗନ୍ତୁ ନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ଠକେଇର ଶିକାର ହେଉଥିବା ଲୋକେ ଗୋଲ୍ଡେନ୍ ଆଵାର୍‌ରେ ଅଭିଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର