ଚକଲେଟ୍ ବାଣ୍ଟି ସଚେତନ କଲେ ଡିସିପି ସାଗରିକା

ଚନ୍ଦ୍ରଶେଖରପୁର: ଆଜି ନାଲକୋ ଛକରେ ଟ୍ରାଫିକ୍ ଡିସିପି ସାଗରିକା ନାଥ ଗାଡ଼ି ଚାଳକମାନଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବା ପାଇଁ ସଚେତନ କରାଇବା ସହ ଚକଲେଟ୍ ବାଣ୍ଟିଛନ୍ତି। ଟ୍ରାଫିକ୍ ନିୟମ ମାନି ହେଲମେଟ୍ ପିନ୍ଧିଥିବା ବାଇକ୍ ଆରୋହୀ ଓ ସିଟ୍ ବେଲ୍ଟ୍ ବାନ୍ଧି କାର୍‌ ଚଳାଉଥିବା ଚାଳକମାନଙ୍କୁ ସଚତେନତା ପତ୍ର ଦେବା ସହ ଚକଲେଟ୍‌ ବାଣ୍ଟିଥିଲେ। ସାଗରିକା ଛକର ୪ଟି ଦିଗରେ ଅଟକୁଥିବା ଗାଡ଼ି ଚାଳକମାନଙ୍କୁ ଜେବ୍ରା କର୍ସିଂ ନ ଛୁଇଁବା ପାଇଁ ପରାମର୍ଶ ଦେବା ସହ ଟ୍ରାଫିକ୍‌ର ବିଭିନ୍ନ ନିୟମ ଉପରେ ଚାଳକଙ୍କୁ ସଚେତନ କରାଇଥିଲେ। ଜୀବନ ମୂଲ୍ୟବାନ, ଦ୍ରୁତ ଗତି ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅକାଳରେ ବହୁ ଜୀବନ ଝଡ଼ି ପଡ଼ୁଛି। ତେଣୁ ଏପରି ନ କରିବାକୁ ସେ କହିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଡିସିପି ସାଗରିକାଙ୍କ ସହ ଅତିରିକ୍ତ ଡିସିପି ଅମରେଶ ପଣ୍ଡା, ଟ୍ରାଫିକ୍ ଏସିପି କିଶୋର ଚନ୍ଦ୍ର ପାଣିଗ୍ରାହୀ, ଅଭିନେତା ଚନ୍ଦନ କର ଓ ବହୁ ସ୍ବେଚ୍ଛାସେବୀ ସାମିଲ ହୋଇ ଲୋକମାନଙ୍କୁ ଟ୍ରାଫିକ୍‌ ସଚେତନ କରାଇଥିଲେ।

ସମ୍ବନ୍ଧିତ ଖବର