କାଶ୍ମୀର ପ୍ରସଙ୍ଗରେ ବିଜେପିର ଜନସମ୍ପର୍କ ଅଭିଯାନ, ରମାକାନ୍ତ ରଥଙ୍କୁ ଭେଟିଲେ ଧ‌ର୍ମେନ୍ଦ୍ର

ଭୁବନେଶ୍ବର: ଜମ୍ମୁ କଶ୍ମୀରରେ ଧାରା ୩୭୦ ଓ ୩୫(କ) ଉଚ୍ଛେଦ ପରବର୍ତ୍ତୀ ଫାଇଦା ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବା ପାଇଁ ବିଜେପି ପକ୍ଷରୁ ଜନସମ୍ପର୍କ ଓ ଜନ ଜାଗରଣ ଅଭିଯାନ ଚାଲିଛି। ଏହି କ୍ରମେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ସେଠାରୁ ବାହାରି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଆ ସାମା‌ଜିକ ଜୀବନରେ ରମାକାନ୍ତ ରଥ ଜଣେ ବିଶିଷ୍ଟ ବ୍ୟକ୍ତି। ଧାରା ୩୭୦ ଉଚ୍ଛେଦ ପରେ ଦେଶର ସ୍ଥିତି କିପରି ରହିଛି, ସେ ସମ୍ପର୍କରେ ତାଙ୍କୁ ଅବଗତ କରାଇଲି। ଶ୍ରୀ ରଥ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ କରିଥିବା ନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର