୨ ନମ୍ବର ମାର୍କେଟ୍‌ରେ ଅଗ୍ନିକାଣ୍ଡ : ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର : ବୁଧବାର ଭୋର୍‌ ପ୍ରାୟ ୩ଟାରେ ୟୁନିଟ୍‌-୨ ମାର୍କେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ରାସ୍ତାକଡ଼ରେ ଥିବା ୫ଟି ଲୁଗା ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି। ଜଳି ଯାଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି। କଳ୍ପନା ଅଗ୍ନିଶମ ସଂସ୍ଥା କାର୍ଯ୍ୟାଳୟଠାରୁ ଏହା ମାତ୍ର ଗୋଟିଏ କିଲୋମିଟର ଦୂରରେ ହୋଇଥିଲେ ମଧ୍ୟ ଦୋକାନଗୁଡ଼ିକୁ ଅଗ୍ନିକାଣ୍ଡରୁ ରକ୍ଷା କରାଯାଇପାରି ନାହିଁ। ଖବର ପାଇ ଦମକଳ ଗାଡ଼ି ପହଞ୍ଚିବା ବେଳକୁ ଦୋକାନ ପୋଡ଼ି ଛାରଖାର୍‌ ହୋଇଯାଇଥିଲା। ଦିନରେ ଅଗ୍ନିକାଣ୍ଡ ଘଟିଥିଲେ ବିଶେଷ କ୍ଷୟକ୍ଷତି ହୋଇନଥାନ୍ତା ବୋଲି ଫୁଟ୍‌ପାଥ୍‌ରେ ଏହି ‌ଦୋକାନ କରି ପେଟ ପୋଷୁଥିବା ବ୍ୟବସାୟୀମାନେ କହିଛନ୍ତି। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର