କନ୍ଦଳେଇ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ରାଜଧାନୀଠାରୁ ୨୫ କିଲୋମିଟର ଦୂରରେ ଥିବା ଆଦିବାସୀ ଗାଁ କନ୍ଦଳେଇ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଅନୁଷ୍ଠାନ ‘ଆଶ୍ରା’, ଗ୍ରାମବାସୀ ଓ ସାମାଜିକ କର୍ମୀମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତଥି ରୂପେ ଇଂ ବାସୁଦେବ ମିଶ୍ର, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ଚେୟାରମ୍ୟାନ୍‌ ଶ୍ୟାମ ଗାଗରାଇ, ଗାଁ ମୁଖିଆ ଲୁନ୍ଦୁର କୁଙ୍କାଲ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, କନକ ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗତବର୍ଷ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମେଡାଲ ପ୍ରଦାନ କରିଥିଲେ। ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଧିତ କରିଥିଲେ।

ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଏହି ଗାଁରେ ୪୩ଟି ପରିବାର ବାସ କରନ୍ତି। ଗାଆଁର ବିକାଶ ନେଇ ପ୍ରଥମେ ଅଣ୍ଟା ଭିଡ଼ି ଆଗକୁ ଆସିଥିଲେ ସାମାଜିକ କର୍ମୀ ଶ୍ରୀ ସାହୁ। ତାଙ୍କ ସହ ଯୋଡ଼ି ହୋଇଯାଇଥିଲେ ସାମାଜିକ କର୍ମୀ ଗୋପୀମୋହନ ପଟ୍ଟନାୟକ, ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, ପ୍ରିୟବ୍ରତ ପଣ୍ଡା, ଶ୍ରୀପତି ଆଚାର୍ଯ୍ୟ। ପୂର୍ବତନ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରସାଦ ଡ଼େଙ୍ଗ। ଗ୍ରାମବାସୀଙ୍କ ଉଦ୍ୟମ ଏବଂ ନୂଆଦିଲ୍ଲୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଆଶ୍ରା’ର ସହାୟତାରେ ଗାଁର ଛାତ୍ରଛାତ୍ରୀମାନଙ୍କ ପାଇଁ କନ୍ଦଳେଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଗୃହ ୨୦୧୬ ଡିସେମ୍ବର ୧୧ରେ ନିର୍ମାଣ ହୋଇ ଶିକ୍ଷାଦାନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର