ଡ୍ରାଇଭର୍‌ ସମସ୍ୟା ଦୂର କରିବ ‘ହେଲ୍‌ପ ଡ୍ରାଇଭ୍‌’

ଭୁବନେଶ୍ୱର : ଘରେ ଚାରି ଚକିଆ ଗାଡ଼ି ଅଛି, ଅଥଚ ଡ୍ରାଇଭର୍‌ ନାହାନ୍ତି। ଡ୍ରାଇଭର୍‌ ଥିଲେ ବି ଛୁଟିରେ ଯାଇଛନ୍ତି। ନିଜେ ଡ୍ରାଇଭିଂ ଜାଣିଥିଲେ ମଧ୍ୟ ଦୂର ଜାଗାକୁ ବୁଲିବାକୁ ଯିବା ବେଳେ ଡ୍ରାଇଭର୍‌ ଦରକାର କରୁଛନ୍ତି। ଅର୍ଥାତ ଡ୍ରାଇଭର୍‌ ଯୋଗାଡ଼ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣିକି ଆଉ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏହି ସମସ୍ୟା ଦୂର କରିବାକୁ ଉଦ୍‌ଘାଟିତ ହୋଇଛି ନୂଆ େଓ୍ଵବ୍‌ସାଇଟ୍‌ ‘www.helpwondrive.online’। ଏତଦ୍‌ବ୍ୟତୀତ ମୋବାଇଲ୍‌ ନମ୍ବର ୯୦୯୦୬୦୦୮୦୦ କିମ୍ବା ୭୦୦୮୨୫୦୬୦୦କୁ କଲ୍‌ କରି ମଧ୍ୟ ଏହି ସୁବିଧା ହାସଲ କରିହେବ ବୋଲି କୁହାଯାଇଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ କୃତିବନ୍ଧୁ ଆପାର୍ଟମେଣ୍ଟ୍‌ରେ ଉଦ୍‌ଘାଟିତ ହୋଇଯାଇଛି ‘ହେଲ୍‌ପ ଡ୍ରାଇଭ୍‌’। ମେୟର ଅନନ୍ତ ନାରାୟଣ ଜେନା, ସଂସ୍ଥାର ମୁଖ୍ୟ ରଂଜିତ କୁମର ଏବଂ ପ୍ରଦୀପ କୁମାର ଏହି ଅନୁଷ୍ଠାନକୁ ଉଦ୍‌ଘାଟନ କରିଛନ୍ତି। ସଂସ୍ଥା ପକ୍ଷରୁ ଭରସାଯୋଗ୍ୟ, ବିଶ୍ୱାସ୍ୟ ଯୋଗ୍ୟ ଏବଂ କୁଶଳୀ ଡ୍ରାଇଭର୍‌ମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଅନୁଷ୍ଠାନର ମୁଖ୍ୟ ରଂଜିତ କୁମାର ଏବଂ ପ୍ରଦୀପ କୁମର କହିଛନ୍ତି।

ସମ୍ବନ୍ଧିତ ଖବର