ଅଗ୍ନିକାଣ୍ଡରେ ପାଞ୍ଚ ବଖରା ପାଉଁଶ

ଖଣ୍ଡଗିରି : ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ମଦନପୁର ଗାଁରେ ଘଟିଥିବା ଅଗ୍ନିକାଣ୍ଡରେ ୨ ପରିବାରର ପାଞ୍ଚ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। କ୍ଷତିଗ୍ରସ୍ତ ଲୋକମାନେ ହେଲେ ଅମରେନ୍ଦ୍ର ଚମ୍ପତ୍ତି ଓରଫ୍‌ ଟୁନା ଓ ସ୍ମୃତିରଞ୍ଜନ ଚମ୍ପତ୍ତି। ଟୁନାଙ୍କର ଦୁଇ ବଖରା ଘର ଓ ସ୍ମୃତିଙ୍କର ୩ ବଖରା ଘର ପୋଡ଼ି ଯାଇଛି। ଅଗ୍ନିକାଣ୍ଡରେ ଘରର ଚାଳ ସମେତ କବାଟ ଝରକା, ଧାନ ଚାଉଳ, ଖଟ, ଆଲଣା ଭଳି ଆସବାବପତ୍ର, ଲୁଗାପଟା ଓ ବାସନକୁସନ ଆଦି ସବୁ ଜଳି ଯାଇଛି। ସେହିଭଳି ଫଙ୍ଖା, ଘଣ୍ଟା ଭଳି କିଛି ବୈଦ୍ୟୁତିକ ଉପକରଣ ମଧ୍ୟ ନଷ୍ଟ ହୋଇଯାଇଛି। ଦୁଇ ପରିବାରର ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଜଟଣୀ ଓ ଭୁବନେଶ୍ୱରରୁ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର