ଇଟିକିଲି ମିଟିକିଲିର ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ଅବସରରେ ‘ଇଟିକିଲି ମିଟିକିଲି’ ପକ୍ଷରୁ ‘୧୫୦ ବର୍ଷରେ ମହାତ୍ମା’ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଚତୁର୍ବିଂଶତମ ‘ଇଟିକିଲି ମିଟିକିଲି ଉତ୍ସବ’ ଅବସରରେ ପଠାଣି ସାମନ୍ତ ପ୍ଲାନେଟାରିୟମଠାରେ ଆୟୋଜିତ ଏହି ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୮୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନଙ୍କ ପାଇଁ ବିଷୟବସ୍ତୁ ଥିଲା- ‘ଗାନ୍ଧୀଜୀଙ୍କ ଚଷମାରେ ସ୍ୱଚ୍ଛ ଭାରତ’, ଚତୁର୍ଥରୁ ସପ୍ତମ ଶ୍ରେଣୀର ପିଲାମାନଙ୍କ ପାଇଁ ବିଷୟବସ୍ତୁ ଥିଲା- ‘ବାଡ଼ି ଧରି ଠିଆ ହୋଇଥିବା ଗାନ୍ଧୀଜୀ’ ଏବଂ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ବିଷୟବସ୍ତୁ ଥିଲା- ‘ଗାନ୍ଧୀଜୀଙ୍କ ଦାଣ୍ଡି ଯାତ୍ରା’। ଏସବୁ ବିଷୟକୁ ପିଲାମାନେ ବେଶ୍‍ ସୁନ୍ଦର ତଥା ନିଖୁଣ ଭାବରେ ନିଜ କାନଭାସରେ ରୂପ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ରୟାଲ କଲେଜ୍‍ର ଚେୟାରମ୍ୟାନ ବିଷ୍ଣୁମୋହନ ମହାନ୍ତି ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଚିତ୍ରଶିଳ୍ପୀ ତଥା କାର୍ଟୁନିଷ୍ଟ କମଳାକାନ୍ତ ରଥ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ସଂଯୋଜକ ଚିତ୍ତ ମହାପାତ୍ର ଓ ସହ-ସଚିବ ଜୟପ୍ରକାଶ ମିଶ୍ର ଉପସ୍ଥିତ ଥିଲେ। ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ଉପସ୍ଥିତ ରହି ପିଲାମାନଙ୍କ ମଧ୍ୟରେ ଲୁଚି ରହଥିବା ପ୍ରତିଭାର ବିକାଶ ନିମନ୍ତେ ଉପଯୁକ୍ତ ସୁଯୋଗ ସୃଷ୍ଟି କରିବା ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସାଂସ୍କୃତିକ ସଂପାଦିକା ଅନୀତା ରଥ, ପ୍ରିୟଦର୍ଶୀ ଶୁଭକାନ୍ତ, ଶିଳ୍ପିତା ବିଶ୍ୱାଳ(ନାୟକ), ତୃପ୍ତି ବାରିକ ଓ ତପତି ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର