ମେଘେଶ୍ବର ମନ୍ଦିରରେ ଜାଗର ଉତ୍ସବ

ଭୁବନେଶ୍ବର: ଟଙ୍କପାଣି ରୋଡ୍‌ସ୍ଥିତ ମେଘେଶ୍ବର ମନ୍ଦିରରେ ଜାଗର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଥିଲା। ଏହି ଅବସରରେ ସନ୍ଧ୍ୟାରେ ଭଜନ ସମାରୋହ ଆୟୋଜନ କରାଯାଇଥିଲା। କମିଟିର ସଭାପତି ଅଶୋକ ସିଂହଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିତାଂଶୁ ଦ୍ବିବେଦୀ, ନିହାର ପ୍ରହରାଜ, ନରେନ୍ଦ୍ର ସାମନ୍ତରାୟ, ଧୀରେନ୍ଦ୍ର ସାହୁ ଓ ଦିଲ୍ଲୀପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରି ସଂଯୋଜନା କରିଥିଲେ। ଏହି ଅବସରରେ ଶ୍ରୀ ଘଟୁଆରିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର