ନେହେରୁ ଯୁବ ପ୍ରତିଷ୍ଠାନ ପକ୍ଷରୁ ଝୋଟି ଓ ମେହେନ୍ଦି ପ୍ରତିଯୋଗିତା

ଭୁବନେଶ୍ୱର : ଜାତୀୟ ସଂହତି ମହୋତ୍ସବ ୨୦୧୭ ପାଳନ ଅବସରରେ ନେହେରୁ ଯୁବ ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ ଝୋଟି ଓ ମେହେନ୍ଦି ପ୍ରତିଯୋଗିତା ଏସ୍‌ ଏସ୍‌ କ୍ୟାରିୟର୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ କଲେଜର ପିଲାମାନେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଅତିଥି ଭାବେ ଶିକ୍ଷାବିତ୍‌ ବିଜୟ କିଶୋର ଦାସ, ଚିତ୍ରଶିଳ୍ପୀ ଜୟସୂର୍ଯ୍ୟ କାନୁନ୍‌ଗୋ, ମମତାମୟୀ ମହାନ୍ତି, ସୁଚେତା ରାଉତ, ମଞ୍ଜୁଳା ତ୍ରିପାଠୀ ଓ ସୌମ୍ୟାଶ୍ରୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂଯୋଜକ ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଗୌରାଙ୍ଗ ଜେନା, ଯୁଗ୍ମ ସମ୍ପାଦିକା ସୁମିତ୍ରା ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏସ୍‌ ଏସ୍‌ କ୍ୟାରିୟର ଉପ ନିର୍ଦେଶିକା ସୌମ୍ୟାଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ। ମିନତି ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ଏସ୍‌ ଏସ୍‌ କ୍ୟାରିୟର ନିର୍ଦେଶକ ସତ୍ୟରଞ୍ଜନ ଦାସ, ଲିଲିପ୍ତା ମହାପାତ୍ର, ଲିଙ୍ଗରାଜ ଦାସ, ଲୋକନାଥ ସାହୁ, ମନୋରଞ୍ଜନ ମହାନ୍ତି, ବ୍ରହ୍ମାନନ୍ଦ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର