ଉପକଣ୍ଠରେ କାଳବୈଶାଖୀ, ଫସଲ ନଷ୍ଟ, ପବନରେ ଉଡ଼ିଗଲା ଆଜବେଷ୍ଟସ୍‌

ବାଲିଅନ୍ତା ବଜାର/ ବାଲିପାଟଣା: ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ରେ ଆଜି ଅପରାହ୍‌ଣରେ ହୋଇଥିବା କାଳବୈଶାଖୀ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନ, ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ସ୍ଥାନେସ୍ଥାନେ କୁଆପଥର ମାଡ଼ ହୋଇଥିବାରୁ ବିଭିନ୍ନ ପରିବାଜାତୀୟ ଫସଲ ନଷ୍ଟ ହୋଇଛି। ବାଲିଅନ୍ତା ବ୍ଲକ୍‌ର ପ୍ରତାପରୁଦ୍ରପୁର ଓ କାକରୁଦ୍ରପୁର ପଞ୍ଚାୟତରେ ଶହଶହ କଦଳୀ ଗଛ ପବରେ ଶୋଇ ଯାଇଛି। ଭେଣ୍ଡି, କଖାରୁ, କଞ୍ଚାଲଙ୍କା ଭଳି ପରିବା ଫସଲ ବି କ୍ଷତିଗ୍ରସ୍ତ ହୋଇଛି। କିଛି ସ୍ଥାନରେ ପାନବରଜ ଭାଙ୍ଗି ଯାଇଥିବା ସୂଚନା ମିଳିଛି।

ସେହିପରି ବାଲିପାଟଣା ବ୍ଲକ୍‌ର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି। ପ୍ରବଳ ବେଗରେ ପବନ ବହିବାରୁ କିଛି ଲୋକଙ୍କ ଘର ଆଜବେଷ୍ଟସ୍‌ ଉଡ଼ି ଯାଇଛି। ସେହିପରି ଗଛ ଡାଳ ଭାଙ୍ଗି ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଛି। ତେଣୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର