ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ‘ଜୀବନବ୍ୟାପୀ ସେବା ସମ୍ମାନ’

ଦ୍ୱିତୀୟ ଷ୍ଟାର ଫିଲ୍ମ ଆୱାର୍ଡ-୨୦୨୨

ଭୁବନେଶ୍ୱର: ଆର୍ ଆର୍ ଇଭେଣ୍ଟ୍‌ସ ପକ୍ଷରୁ ଦ୍ୱିତୀୟ ଷ୍ଟାର ଫିଲ୍ମ ଆୱାର୍ଡ-୨୦୨୨ ଆଜି ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅଭିନେତା ଉତ୍ତମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ହାସ୍ୟ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ‘ଜୀବନବ୍ୟାପୀ ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହାସହ ସ୍ୱରାଜଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଅଭିନେତା ସମ୍ମାନ (ଜୁରି) ଜ୍ୟୋତିରଞ୍ଜନ, ଲୋକପ୍ରିୟ ଶ୍ରେଷ୍ଠ ଅଭିନେତା ସମ୍ମାନ ସବ୍ୟସାଚୀ, ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ବର୍ଷା ପ୍ରିୟଦର୍ଶନୀ, ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ (ଜୁରି) ଅର୍ଚ୍ଚିତା, ଲୋକପ୍ରିୟ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଏଲିନା ସାମନ୍ତରାୟ, ଶ୍ରେଷ୍ଠ ରୋମାଣ୍ଟିକ୍ ଅଭିନୟ ସମ୍ମାନ ଶିବାନୀ, ଲୋକପ୍ରିୟ କମେଡି ସମ୍ମାନ ପପୁ ପମ୍‌ପମ୍‌, ଶ୍ରେଷ୍ଠ କମେଡି ସମ୍ମାନ ପ୍ରଜ୍ଞାଙ୍କୁ ପ୍ରଦାନ କରାଯାଇଥିଲା।

ଏଥିସହ ଶ୍ରେଷ୍ଠ ଖଳନାୟକ ସମ୍ମାନ ଶୁଭାଶିଷ, ଲୋକପ୍ରିୟ ଖଳନାୟକ ସମ୍ମାନ ରାଇମୋହନ ପରିଡ଼ା, ଶ୍ରେଷ୍ଠ ପଟ୍ଟକଥା ସମ୍ମାନ ନିର୍ମଳ ନାୟକ, ଗୀତିକାର ସମ୍ମାନ ଅରୁଣ ମନ୍ତ୍ରୀ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ସମ୍ମାନ ପ୍ରେମାନନ୍ଦଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ମୃତ୍ୟୁଞ୍ଜୟ, ଶ୍ରେଷ୍ଠ କଣ୍ଠଶିଳ୍ପୀ (ପୁରୁଷ) ସମ୍ମାନ କୁଲଦୀପ୍‌, ଶ୍ରେଷ୍ଠ କଣ୍ଠଶିଳ୍ପୀ (ମହିଳା) ସମ୍ମାନ ଦୀପ୍ତିରେଖା ପାଢ଼ୀ, ଶ୍ରେଷ୍ଠ ଧାରାବାହିକ ସମ୍ମାନ ‘ତୋ ପାଇଁ’ର ବିନି ସାମଲ ଏବଂ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ସମ୍ମାନ ବିଦ୍ୟୁତ୍ ସେଠୀଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର