ଲିଟିଲ୍ ଆଇଡଲ୍ ସିଜନ୍‌-୧ ଗ୍ରାଣ୍ଡ ଫିନାଲେ, ମୂଲ୍ୟାୟନ କରିଥିଲେ ପଶ୍ଚିମବଙ୍ଗର କଳାକାର ତ୍ରିସ୍ନା ମୁଖାର୍ଜୀ

ଚନ୍ଦ୍ରଶେଖରପୁର: ୬ରୁ ୧୬ବର୍ଷ ବୟସ୍କ କଳାକାରମାନଙ୍କୁ ନେଇ ଅନୁଷ୍ଠିତ ଲିଟିଲ୍ ଆଇଡଲ୍ ସିଜନ୍‌-୧ କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେ ଆଜି ପଟିଆ ଶିଖରଚଣ୍ଡୀ ଛକ ନିକଟ ଏକ ଖୋଲା ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଞ୍ଜଳି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୦୦ର ଊର୍ଧ୍ବ ଛାତ୍ରଛାତ୍ରୀ ନିଜ ଅଭିଭାବକଙ୍କ ସହ ଯୋଗ ଦେଇଥିଲେ। ସକାଳେ ଗୀତ ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ପଶ୍ଚିମବଙ୍ଗର କଳାକାର ତ୍ରିସ୍ନା ମୁଖାର୍ଜୀ ମୁଖ୍ୟ ଅତି‌ଥି ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ। ଅନୁଷ୍ଠାନର ନିର୍ଦେଶିକା ଶର୍ମିଲା ଚାଟାର୍ଜୀ ଓ ନିର୍ଦ୍ଦେଶକ ଅମିତ୍ ଚାଟାର୍ଜୀ ଉପସ୍ଥିତ ଥିଲେ। ପ୍ରଥମେ ଜୁନିୟର୍ ଓ ପରେ ସିନିୟର୍ ରାଉଣ୍ଡ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କଳାକାରମାନେ ଗ୍ରାଣ୍ଡ ଫିନା‌ଲେ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର