ମଞ୍ଜରୀଦେବୀ ନର୍ସିଂ କଲେଜ ହେବ କୋଭିଡ୍‌ କେୟାର ସେଣ୍ଟର

ବାଲିଅନ୍ତା : ପୂରଣପଧାନସ୍ଥିତ ମଞ୍ଜରୀଦେବୀ ନର୍ସିଂ କଲେଜକୁ କୋଭିଡ୍‌ କେୟାର ସେଣ୍ଟର କରାଯିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସ୍ଥିର କରିଛି। ନୀଳାଚଳ ହସ୍ପିଟାଲ୍‌ ପରେ ଏହି ନର୍ସିଂ କଲେଜ ତଥା ହୋମିଓପ୍ୟାଥିକ ହସ୍ପିଟାଲ୍‌ ସ୍ଥ‌ାନୀୟ ଅଞ୍ଚଳର ଦ୍ବିତୀୟ କୋଭିଡ୍‌ କେନ୍ଦ୍ର। ଏ ନେଇ ମଙ୍ଗଳବାର ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଏବଂ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ତନ୍ମୟ ତ୍ରିପାଠୀ ପ୍ରମୁଖ କଲେଜର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଏଠାରେ ଚାରି ଶହ ଶଯ୍ୟାର ବ୍ୟବସ୍ଥା କରାଯିବ। ରୋଗୀଙ୍କ ପାଇଁ ଅକ୍ସିଜେନ ଉପଲବ୍ଧ ହେବ। ତେବେ ଭେଣ୍ଟିଲେଟର ଚିକିତ୍ସା ଆବଶ୍ୟକ କରୁନଥିବା ରୋଗୀଙ୍କୁ ଏଠାରେ ରଖାଯିବ। କଲେଜର ପ୍ରତିଷ୍ଠାତା ଶରତ ଚନ୍ଦ୍ର ବିଶ୍ବାଳ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଇବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର