ପୁଲୱାମା ପାଇଁ ମାରାଥନ୍‌; ଐତିହ୍ୟ ପାଇଁ ସାଇକ୍ଲୋଥନ୍‌: ରାଜଧାନୀ ରାସ୍ତାରେ ବିଶାଳ ତ୍ରିରଙ୍ଗା

ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ପୁଲୱାମା ଆତଙ୍କୀ ଆକ୍ରମଣର ବର୍ଷପୂର୍ତ୍ତି ଅବସର‌ରେ ଉତ୍କଳ ଷ୍ଟୁଡେଣ୍ଟ ଆସୋସିଏସନ୍‌ ପକ୍ଷରୁ ଆଜି ଏକ ମିନି ମାରାଥନ୍‌ ‘ରନ୍‌ ଫର୍‌ ପୁଲୱାମା’ ଅନୁଷ୍ଠିତ ହୋଇଯାଇଛି। ସହିଦ ୪୧ ଭାରତୀୟ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ମିନି ମାରାଥନ୍‌ ଉତ୍କଳ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ୍‌ରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ଯାଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥି‌ଲେ।

ଏଥିରେ ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀମାନେ ଯୋଗଦେଇ ୧୨୦ ମିଟର ଲମ୍ବର ଏକ ତ୍ରିରଙ୍ଗା ଧରି ଶୋଭାଯାତ୍ରା କରିଥିଲେ। ପରେ ମାଷ୍ଟରକ୍ୟାଣ୍ଟିନ୍‌ ଛକ‌‌ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ବିଧାୟକ ସୁରେଶ ରାଉତରାୟ, ଅବସରପ୍ରାପ୍ତ ସେନା ଅଧିକାରୀ ବିଦ୍ୟାଧର ନାୟକ, ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ରବୀନ୍ଦ୍ର କୁମାର ସାହୁ, ଜଗନ୍ନାଥ ପ୍ରଧାନ, ତିରୁପତି ପାଣିଗ୍ରାହୀ, ଅମିୟକାନ୍ତ ଦାସ, ଅମିୟବାଳା ପରିଡ଼ା ପ୍ରମୁଖ ଯୋଗଦେଇ ସହିଦ ଯବାନଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସହିଦ ପରିବାର ଓ ବହୁ ପୂର୍ବତନ ସେନାଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଦେଶାତ୍ମବୋଧ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର