ମତ ମତାନ୍ତର : ବାଇ-ଲ’ ଉଚ୍ଛେଦରେ ମନ୍ଦିର ପ୍ରୀତି କେତେ?

ବାଇ-ଲ’କୁ ନେଇ ଏକାମ୍ର କ୍ଷେତ୍ରରେ ରାଜନୀତି ଜୋର୍‌ ଧରିଛି। ପ୍ରାରମ୍ଭରୁ ଶାସକ ବିଜେଡି ଏହାକୁ ଉଚ୍ଛେଦ କରିବା ପାଇଁ ଜୋରଦାର୍ ବିରୋଧ କରିଥିଲା। ହେଲେ ବର୍ତ୍ତମାନ କଂଗ୍ରେସ ରାସ୍ତାରେ ଟାୟାର୍ ଜାଳି ବିରୋଧକୁ ତୀବ୍ର କରିଛି। ବାଇ-ଲ’ ପ୍ରସଙ୍ଗରେ ସବୁ ବିରୋଧୀ ଦଳ ଏକାଠି ହୋଇ ରାଜ୍ୟରେ କେନ୍ଦ୍ର ସରକାର ଓ ତାଙ୍କ ପ୍ରତିନିଧିଙ୍କୁ ନିରନ୍ତର ପ୍ରତିବାଦ ମଧ୍ୟ କରୁଛନ୍ତି। ତେବେ ବାଇ-ଲ’ ଆଳରେ ଚାଲିଥିବା ପ୍ରତିବାଦରେ କେତେ ରାଜନୀତି ଓ କେତେ ମନ୍ଦିର ପ୍ରୀତି ରହିଛି, ସେ ନେଇ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା କିଛି ବଛାବଛା ପ୍ରତିକ୍ରିୟା…

ଏମିତି ଏକତା ଓ ପ୍ରତିକ୍ରିୟା ରଥଯାତ୍ରା ବନ୍ଦ ବେଳେ କି ମଠ ମନ୍ଦିର ଭଙ୍ଗା ହେଲା ବେଳେ ଦେଖିବାକୁ ମିଳିନି। କେହି ମନ୍ତ୍ରୀ ନେତା ଦୀପଟେ ଜାଳି ଲିଙ୍ଗରାଜ ମହାପ୍ରଭୁଙ୍କ ଅପମାନ ପାଇଁ ଆଜି ଯାଏ କ୍ଷମା ବି ମାଗିଲେନି। ମନ୍ଦିର ଓ ଏକାମ୍ର ସ୍ୱାର୍ଥ ପାଇଁ ସମସ୍ତେ ଏକଜୁଟ୍‌ ହେବା ଖୁବ୍ ସ୍ବାଗତଯୋଗ୍ୟ। କିନ୍ତୁ ତାହା ଶସ୍ତା ରାଜନୀତିରୁ ଊର୍ଦ୍ଧ୍ବରେ ରହିବା ଉଚିତ। ଦଳମତ ନିର୍ବିଶେଷରେ ସମସ୍ତେ ଏକ ହେବାର ସମୟ ଆସିଛି। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଲେ ପ୍ରଭାବ ବେଶି ପଡ଼ିପାରିବ।
ଅମର ମହାସୁର(ଫେସବୁକ୍)

ଲିଙ୍ଗରାଜଙ୍କ ରଥଯାତ୍ରା ବନ୍ଦ ହେଲା, ସବୁ ଶୋଇଥିଲେ କେହି ଜଣେ ବି ବିକଳ୍ପ ପାଇଁ ଚିନ୍ତା କଲେ ନାହିଁ। ୪ ଦିନ ଲିଙ୍ଗରାଜ ଉପବାସରେ ରହିଲେ, କାହାକୁ କିଛି ଫରକ ପଡ଼ିଲାନି। ଲିଙ୍ଗରାଜଙ୍କ ସେବା ନିମନ୍ତେ ଥିବା ମଠକୁ ଭାଙ୍ଗି ମାଟିରେ ମିଶେଇଦେଲେ, କେହି କିଛି କହିଲେନି। ଏବେ ନିଜ ଘର କାଳେ ଭାଙ୍ଗିଯିବ, ନିଜ ସ୍ୱାର୍ଥକୁ ଲିଙ୍ଗରାଜଙ୍କ ନାଁ’ ନେଇ ରାଜନୀତି କରିବା କଥା।
ପ୍ରାଚୀତୋଷ ଦାସ(ଫେସବୁକ୍)

ଯେଉଁଭଳି ଭାବେ ଦେଶ ବିକୁଛି, ରେଳ ବିକୁଛି। ସେହିଭଳି ଭାବରେ ଜଗାକୁ ବିକିବ ବୋଲି ଭାବୁଥିଲା। ଏବେ ବି ହଟାଇନି ବାଇ-ଲ’ ଏକାମ୍ରକ୍ଷେତ୍ରରୁ।
ସୁଶାନ୍ତ ଦାସ(ଟୁଇଟର୍)

ଚା’ବାଲା ତୁମେ କାହା ସ୍ବାର୍ଥରେ ବାଇ-ଲ’ ଲାଗୁ କରିଛ, ଲିଙ୍ଗରାଜ ମନ୍ଦିର ପାଇଁ।
ରଂଜନ ଆଚାର୍ଯ୍ୟ(ଟୁଇଟର୍)

ଆରେ କିଛି ନାହିଁ ଭାଇ, ଏମାନଙ୍କୁ ଭଡ଼ାରେ ଅଣା ହେଇଛି। ୧୦୦- ୨୦୦ ଟଙ୍କା ଦେଇକି ଧାରଣାରେ ଡକା ହେଇଛି। ଗୋଟେ ଗୋଟେ ବରା-ସିଙ୍ଗଡ଼ା ପ୍ୟାକେଟ୍‌ ବି ଦିଆ ହେଇଛିI ଏକତ୍ରିତ ୯୦ % ଲୋକ କହି ବି ପାରିବେ ନାହିଁ କି ନୂଆଁ ବାଇ-ଲ’ କ’ଣ!
ନିହାର ରଂଜନ ପାତ୍ର(ଟୁଇଟର୍)

ସମ୍ବନ୍ଧିତ ଖବର