ମେଟିସ୍‌ ଇନିସିଏଟିଭ୍‌-୨୦୨୧ ଉଦ୍‌ଯାପିତ

ଭୁବନେଶ୍ୱର: ସମୁଦ୍ର‌ରେ ପ୍ଲାଷ୍ଟିକ୍‌ର ପ୍ରଭାବକୁ ନେଇ ଆୟୋଜିତ ମେଟିସ୍‌ ଇନିସିଏଟିଭ୍‌-୨୦୨୧ ଉଦ୍‌ଯାପିତ ହୋଇଛି। ଏଏଫ୍‌ଡି ପକ୍ଷରୁ ଆଜି ସନ୍ଧ୍ୟାରେ ଉତ୍କଳ ଫାଉଣ୍ଡେସନ୍‌ର କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ଓଡ଼ିଶାରେ ମାସେ କାଳ ରହିଥିବା ଦିଲ୍ଲୀର ପୁରସ୍କାରପ୍ରାପ୍ତ କଳାକାର ମନବୀର ସିଂ ନିଜର ଅଭିଜ୍ଞତା ବାଣ୍ଟିବା ସହ ପ୍ଲାଷ୍ଟିକ୍‌ରୁ ସୁନ୍ଦର କଳାକୃତି ତିଆରି କରିଥିଲେ। ସନ୍ତୁଳନ ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅଲିଭ୍‌ ରିଡ୍‌ଲେ କଇଁଛକୁ ସେ ପ୍ଲାଷ୍ଟିକ୍‌ ଆବର୍ଜନାରୁ ତିଆର କରିଥିଲେ। ଅଭିଜ୍ଞତାକୁ ନେଇ ସେ ପ୍ରସ୍ତୁତ କରିଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

କୋଲକାତାରେ ଅବସ୍ଥାପିତ ଫ୍ରାନ୍ସ କନସୁଲେଟ୍ ଜେନେରାଲ୍ ତାଲପେନ୍‌ ଏଥିରେ ଯୋଗଦେଇ କହିଲେ, କଳାକାରମାନଙ୍କ ପାଖରେ ସାରା ବିଶ୍ବ ଉପରେ ପ୍ରଭାବ ପକାଇବା ଭଳି କ୍ଷମତା ଅଛି। ଅନ୍ୟମାନଙ୍କ ମଧ୍ୟରେ ଏଏଫ୍‌ଡି ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟାକି ଆମ୍‌ପ୍ରୋ, ଏଏଫ୍‌ଡି ନିର୍ଦ୍ଦେଶକ ବ୍ରୁନୋ ବୋସ୍‌ଲେ, ଏଏଫ୍‌ଡି ସେକ୍ଟର୍‌ ପୋର୍ଟଫୋଲିଓ ମ୍ୟାନେଜର୍‌ ଫନି ରାଗୋତ୍‌ ଉତ୍‌ସା ଫାଉଣ୍ଡେସନର ପ୍ରତିଷ୍ଠାତା ଜଗନ୍ନାଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର