‘ମୋ ପରିବାର ବିଜେପି ପରିବାର’ ଅଭିଯାନ

ଭୁବନେଶ୍ବର : ଗତ ୧୨ ତାରିଖରୁ ବିଜେପି ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ‘ମୋ ପରିବାର ବିଜେପି ପରିବାର’ ଅଭିଯାନ। ଆଜି କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଦଳର ପତାକା ଓ ଷ୍ଟିକର୍ ଲଗାଇ ‘ମୋ ପରିବାର ବିଜେପି ପରିବାର’ ଅଭିଯାନ ଆରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ୨୦୧୯ରେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ଜିତାଇବା ପାଇଁ ‘ମୋ ପରିବାର ବିଜେପି ପରିବାର’ ଅଭି‌ଯାନ ଆରମ୍ଭ ହୋଇଛି। ଏକ ମାସ ଧରି ଏହି ଅଭିଯାନ ଜାରି ରହିବ। ବିଗତ ୫ ବର୍ଷରେ ଏନ୍‌ଡିଏ ନେତୃତ୍ବରେ ଚାଲୁଥିବା ସରକାର‌ରେ ଦେଶ ତଥା ଓଡ଼ିଶାରେ ଅନେକ କଲ୍ୟ‌ାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ଓଡ଼ିଶାରେ ଏହିସବୁ ଯୋଜନାର ୬୦/୭୦ ଲକ୍ଷ ଲାଭାର୍ଥୀ ଅଛନ୍ତି। ତେଣୁ ରାଜ୍ୟରେ ଏହି ବର୍ଗଙ୍କ ଘରେ ନରେନ୍ଦ୍ର ମୋଦୀଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବାର ସଂକଳ୍ପ ନେବା ଏହି ଅଭିଯାନର ଲକ୍ଷ୍ୟ। ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର