ପେନସନ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ, ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି
ଭୁବନେଶ୍ବର : ପେନସନ୍ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ୟୁନାଇଟେଡ୍ ଫୋରମ୍ ଅଫ୍ ଅଫିସର ଏବଂ ନାବାର୍ଡ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଏହି ଧାରଣାରେ ବସିଛନ୍ତି । ଯଦି ସେମାନଙ୍କର ସମସ୍ୟା ତୁରନ୍ତ ସମାଧାନ ନହୁଏ ତେବେ ସେ ମାର୍ଚ୍ଚ ୩୦ ତାରିଖ ଯାଏଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ମୁତାବକ, ୧୯୯୩ ମସିହାରେ ନାବାର୍ଡ ବ୍ୟାଙ୍କ ପାଇଁ ଆରମ୍ଭ ହୋଇଥିବା ପେନସନ ସ୍କିମକୁ ବର୍ତ୍ତମାନ ସୁଦ୍ଧା ସଂଶୋଧନ କରାଯାଇନାହିଁ । ଏ ନେଇ ଗତ ଦୁଇବର୍ଷ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନି । ଯାହା ଫଳରେ ଅବସରଗ୍ରହଣ କରିଥିବା କର୍ମଚାରୀମାନେ ଏବେ ବହୁତ କମ ପରିମାଣର ପେନସନ ପାଉଛନ୍ତି । ତେଣୁ ତୁରନ୍ତ ସ୍କିମରେ ସଂଶୋଧନ ଆଣିବାକୁ ସେମାନେ ଦାବି କରିଛନ୍ତି ।
ଏନେଇ ନାବାର୍ଡର ଉଚ୍ଚ ଅଧିକାରୀମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗକୁ ସୂଚନା ଦେଇଥିଲେ ବି ସେପଟୁ କୌଣସି ଅନୁମତି ମିଳିନି । ଗତ ଦୁଇ ବର୍ଷ ହେଲା ଏଭଳି ସମସ୍ୟା ଲାଗି ରହିଛି । ତେଣୁ ନାବାର୍ଡର ଅବସରପ୍ରାପ୍ତ କର୍ମଚାରୀମାନେ ଧାରଣାରେ ବସିବା ସହିତ ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଛନ୍ତି ।