ଜାତୀୟସ୍ତରିୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରୀଙ୍କ କୃତିତ୍ୱ

ଚନ୍ଦ୍ରଶେଖରପୁର: ଫେବରକେସଲ୍‌ ଦ୍ୱାରା ଆୟୋଜିତ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସମଗ୍ର ଦେଶରେ ୩ ଜଣ ସିନିୟର ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ସେଥିମଧ୍ୟରୁ ଓଡ଼ିଶାରୁ ୧୦ମ ଶ୍ରେଣୀର ଛାତ୍ରୀ ମୋନାଲିସା ପୁରସ୍କୃତ ହୋଇ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଚିତ୍ରଟି ଫେବରକେସଲ୍‌ର ବାର୍ଷିକ କ୍ୟାଲେଣ୍ଡରରେ ସ୍ଥାନ ପାଇଛି। ସେ ଚନ୍ଦ୍ରଶେଖରପୁରସ୍ଥିତ ଆର୍ଟେକ୍‌ ଏକାଡ଼େମୀ ଅଫ୍‌ ଫାଇନ୍‌ ଆର୍ଟର ଚତୁର୍ଥ ବର୍ଷର ଛାତ୍ରୀ ଭାବେ କଳାଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ସଂସ୍ଥାର ଡାଇରେକ୍ଟର ଜୟନ୍ତ କୁମାର ଓଝା ଜଣାଇଛନ୍ତି।

ସମ୍ବନ୍ଧିତ ଖବର