ରୋଟାରି କ୍ଲବ୍‌ ପକ୍ଷରୁ ‘ରାଷ୍ଟ୍ର ଗଠନ ସମ୍ମାନ’ ଉତ୍ସବ

ଭୁବନେଶ୍ୱର : ‘ରୋଟାରି କ୍ଲବ ଅଫ ଭୁବନେଶ୍ୱର ରୟାଲ’ ପକ୍ଷରୁ ଆଜି ଜୟଦେବ ଭବନଠାରେ ‘ରାଷ୍ଟ୍ର ଗଠନ ଉତ୍ସବ-୨୦୧୮’ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଯୋଗ ଦେଇ ରାଜ୍ୟର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଥିବା ଅବ୍ୟବସ୍ଥାର ସୁଧାର ଆଣିବା ପାଇଁ ଉଦ୍ୟମ କରିବାକୁ କ୍ଲବ୍‌ର ସମସ୍ୟମାନଙ୍କୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୧ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଧିତ କରାଯାଇଛି। କ୍ଲବ ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରୋଟାରି ଲିଟେରାସି ଅଧ୍ୟକ୍ଷ ଶିବବ୍ରତ ଦାସ, ରବିନାରାୟଣ ନନ୍ଦ, ଇନର୍‌ ହୁଇଲ୍‌ ଅଧ୍ୟକ୍ଷା କ୍ରିଷ୍ଣା ମହାନ୍ତି, କୁଲଦୀପ ରଥ, ସମ୍ପାଦକ ବସନ୍ତ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଆତ୍ମ ନିର୍ଭରଶୀଳତା କ୍ଷେତ୍ରରେ ରୋଟାରି ଯୋଗାଇ ଦେଇଥିବା ସେବା ସମ୍ପର୍କରେ ଆଲୋକପାତ କରିଥିଲେ। କ୍ଲବ୍‌ର ସଦସ୍ୟ ବିଭୂତି ଭୂଷଣ କର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମରେନ୍ଦ୍ର ପରିଜା, ଆଜାଦହିନ୍ଦ୍‌ ପାଣିଗ୍ରାହୀ, ମନମୋହନ ପଣ୍ଡା, ସଞ୍ଜୟ ଚୌଧୁରୀ, ଅର୍ଜୁନ ସାହୁ, ଧର୍ମେନ୍ଦ୍ର ବେହେରା ଓ ପ୍ରତାପ କୁମାର ଚୌଧୁରୀ ପ୍ରମୁଖ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର