ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦେଶିକାଙ୍କ ୟୁପିଏଚ୍‌ସି ପରିଦର୍ଶନ

ଭୁବନେଶ୍ୱର : ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ ଆଜି ଭୁବନେଶ୍ୱର ମହାନଗର ନିଗମ ଥିବା କେତେକ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ପୂର୍ବାହ୍‌ଣରେ ସେ ବ୍ରହ୍ମେଶ୍ୱରପାଟଣା ଓ କଳ୍ପନାରେ ଥିବା ୟୁପିଏଚ୍‌ସି ଓ ଅପରାହ୍‌ଣରେ ୟୁନିଟ୍‌-୪ ଓ ୟୁନିଟ-୯ରେ ଥିବା କେନ୍ଦ୍ର ପରିଦର୍ଶନ କରିଥିଲେ।

ୟୁପିଏଚ୍‌ସିଗୁଡ଼ିକ କିଭଳି ଭାବେ କାର୍ଯ୍ୟ କରୁଛି, ବହିର୍ବିଭାଗରେ ରୋଗୀଙ୍କ ସେବା ଓ ନିୟମିତ ଟିକାଦାନ ଉପରେ ଶ୍ରୀମତୀ ପଣ୍ଡିତ ଅନୁଧ୍ୟାନ କରିଥିଲେ। ସଂଧ୍ୟାରେ ସବୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବହିର୍ବିଭାଗର କାର୍ଯ୍ୟକାରିତା ଉପରେ ତଦାରଖ କରିବା ସହିତ ଏସବୁ କେନ୍ଦ୍ରରେ କିଭଳି ଅଧିକରୁ ଅଧିକ ମହଳାଙ୍କ ପ୍ରସବ କରାଯିବ ସେଥିପାଇଁ ସଚେତନ ହେବାକୁ ନିର୍ଦେଶ ଦେଇଥିଲେ।
ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ୩୬ଟି ସହରାଞ୍ଚଳରେ ୮୫ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଛି। ଏଥିରେ ଭୁବନେଶ୍ୱରରେ ୨୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ଏସବୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ରୋଗୀଙ୍କୁ କିଭଳି ଉପଯୁକ୍ତ ସେବା ମିଳିପାରିବ ସେଥିପାଇଁ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ଯଦି କେନ୍ଦ୍ରରେ କୌଣସି ପକ୍ରାର ସମସ୍ୟା ରହିଛି ତାହାକୁ ଦୃଷ୍ଟିକୁ ଆଣି ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀମତୀ ପଣ୍ଡିତ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର