ନେହରୁ ଯୁବ ପ୍ରତିଷ୍ଠାନର ମେହେନ୍ଦି ଓ ଝୋଟି ପ୍ରତିଯୋଗିତା

ଭୁବନେଶ୍ବର: ନେହରୁ ଯୁବ ପ୍ରତିଷ୍ଠାନର ଜାତୀୟ ସଂହତି ମହୋତ୍ସବର ଷଷ୍ଠ ଦିବସରେ ଆଜି ମେହେନ୍ଦି ଓ ‌ଝୋଟି ପ୍ରତିଯୋଗିତା କମଳା ନେହରୁ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଶୁଭଶ୍ରୀ ଦାସ ଯୋଗ ଦେଇଥି‌ଲେ। ପ୍ରତିଯୋଗିତାରେ ରମାଦେବୀ ମହିଳା ମହାବିଦ୍ୟାଳୟ, ସିଟି ଓମେନ୍‌ସ୍‌ ଓ କମଳା ନେହରୁ ମହିଳା ମହାବିଦ୍ୟାଳୟର ୧୦୦ରୁ ଊର୍ଧ୍ବ ଛାତ୍ରୀ ଭାଗ ନେଇଥିଲେ। ବିଚାରକ ଭାବେ ଶଶିପ୍ରଭା ଦାସ, ନିବେଦିତା ଆଚାର୍ଯ୍ୟ, ଶୁଭଶ୍ରୀ ସିଂହ ଓ ମୌସୁମୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସୁଦୀପ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର