ଦାୟିତ୍ବ ଗ୍ରହଣ କଲେ ନବନିଯୁକ୍ତ ଭିଜିଲାନ୍‌ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା

କଟକ : ନବନିଯୁକ୍ତ ଭିଜିଲାନ୍‌ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରଥମେ ସେ ପୂର୍ବତନ ନିର୍ଦ୍ଦେଶକ ସ୍ବର୍ଗତ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ଜେଠୱା ଭିଜିଲାନ୍‌ସରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ପରିଚିତ ହେବା ସହିତ ତଦନ୍ତରେ ଆଧୁନିକ ବୈଷୟିକ ଜ୍ଞାନକୌଶଳର ସୁଯୋଗ ନେବାକୁ ଆହ୍ବାନ ଦେଇଥିଲେ। ଫରେନ୍‌ସିକ ବିଜ୍ଞାନ, ଡିଏନ୍‌ଏ, ଫିଙ୍ଗର ପ୍ରିଣ୍ଟ୍, ଭଏସ୍‌ ଆନାଲିସିସ୍‌ ଓ ଡିଜିଟାଲ ଫୁଟ୍ ପ୍ରିଣ୍ଟ୍ ମ୍ୟାପିଂ ଭଳି ସୁବିଧାର ସଦୁପଯୋଗ କରି ଅଧିକାରୀମାନେ ତଦନ୍ତରେ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟବାସୀଙ୍କ ସେବା କରିବା ସହିତ ଅଭିଯୁକ୍ତକୁ ଦଣ୍ଡବିଧାନ ହୋଇପାରିବା ଭଳି ତଦନ୍ତ କରିବା ପାଇଁ ଦୃଷ୍ଟି ଦେବାକୁ ସେ କହିଥିଲେ। ଦାୟିତ୍ବ ନେବା ପରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ସ୍ବାଗତ କରାଯାଇଥିବା ବେଳେ ସେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର