ବରପୁତ୍ରଙ୍କୁ ଭୁଲିଗଲେ

ଭୁବନେଶ୍ବର: ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନରେ ଆମେ ‘ପ୍ରଥମ’ ବୋଲି କହି ଖୁସିରେ ଗଦଗଦ ହେଲେ। ସଭା ସମିତି ଆୟୋଜନ କରି ବରପୁତ୍ରଙ୍କ ଗୁଣ କୀର୍ତନ କଲେ। ସଚିବାଳୟଠୁ ବିଧାନସଭା ଯାଏଁ ରଙ୍ଗିନ ଆଲୁଅରେ ଝଲମଲ କଲେ। ଯୋଉଠି ଯିଏ ପାରିଲେ ଉତ୍କଳ ଦିବସ ପାଳନ କଲେ। ଅଥଚ ଓଡ଼ିଶାର ପରିଚୟ ବହନ କରୁଥିବା ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଳ ଖଣ୍ଡେ ବି ପକେଇଲେ ନାହିଁ। ମାଳ ଦେବା ତ ଦୂରର କଥା, ଶୁଖିଲା ଫୁଲ ମାଳ ବି ଓହ୍ଲେଇଲେ ନାହିଁ। ରାଜନୀତିରେ ମାତିଥିବା ନେତାମନ୍ତ୍ରୀମାନେ ତ ମନେ ପକେଇଲେ ନାହିଁ, ଅଧିକାରୀମାନେ ବି ଟିକେ ସ୍ମରଣ କଲେନାହିଁ। କିଛି ନେତା ଭୋଟ୍‌ ହାତେଇବାକୁ ଲୋକଙ୍କୁ ମନେଇବାରେ ଲାଗିଥିବା ବେଳେ କିଏ ଦଳୀୟ ଟିକେଟ୍‌ ଆଶାରେ ରଣନୀତି ପ୍ରସ୍ତୁତି କରୁଥିବାରୁ ଆଜିର ଦିନରେ ବରପୁତ୍ରଙ୍କୁ ସମ୍ମାନ ଦେବାକୁ ଉଚିତ୍‌ ମଣିଲେ ନାହିଁ। ଉତ୍କଳମଣି ଗୋପବନ୍ଧୁ ଦାସ ହୁଅନ୍ତୁ ଅବା ବୀର ସୁରେନ୍ଦ୍ରସାଏ। ବିପ୍ଳବୀ ଧରଣୀଧର ଭୂୟାଁ ହୁଅନ୍ତୁ ଅବା ପଲ୍ଲୀକବି ନନ୍ଦକିଶୋର ବଳ। ଓଡ଼ିଶା ପ୍ରତି ଯେ ଏମାନଙ୍କର ଅବଦାନ ରହିଛି, ଏହା କେହି ଅସ୍ବୀକାର କରିବେ ନାହିଁ। ସେଇଥି ପାଇଁ ସେମାନଙ୍କୁ ଚିହ୍ନେଇ ଦେଇ ସ୍ମରଣ କରିବା ପାଇଁ ବରପୁତ୍ରଙ୍କ ପ୍ରତିମୂର୍ତି କୋଣ ଅନୁକୋଣରେ ସ୍ଥାପନ କରାଯାଇଛି। କିନ୍ତୁ ପରିତାପର ବିଷୟ, ଏମାନେ କେବଳ ବର୍ଷକୁ ଥରେ ଜନ୍ମଦିନରେ ହିଁ ମନେ ପଡ଼ନ୍ତି। ଫୁଲମାଳ ଖଣ୍ଡେ ପାଆନ୍ତି। ଅନ୍ୟ ସମୟରେ ଏମାନଙ୍କ ଅବସ୍ଥା ଏମିତି…

ସମ୍ବନ୍ଧିତ ଖବର